ଭୋଜି ଖାଇ ୧୫ ଜଣ ଛାତ୍ରଛାତ୍ରୀ ଅସୁସ୍ଥ
ଭୋଜି ଖାଇ ୧୫ ଜଣ ଛାତ୍ରଛାତ୍ରୀ ଅସୁସ୍ଥ । ବଲାଙ୍ଗିର ପଥରଚେପା ଆଦର୍ଶ ବିଦ୍ୟାଳୟରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ଛାତ୍ରଛାତ୍ରୀ ଅସୁସ୍ଥଙ୍କ ମଧ୍ୟରେ ଯୁକ୍ତ ଦୁଇର ପ୍ରଥମ ଏବଂ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ରହିଛନ୍ତି ।

ବଲାଙ୍ଗିର:ଭୋଜି ଖାଇ ୧୫ ଜଣ ଛାତ୍ରଛାତ୍ରୀ ଅସୁସ୍ଥ । ବଲାଙ୍ଗିର ପଥରଚେପା ଆଦର୍ଶ ବିଦ୍ୟାଳୟରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ଛାତ୍ରଛାତ୍ରୀ ଅସୁସ୍ଥଙ୍କ ମଧ୍ୟରେ ଯୁକ୍ତ ଦୁଇର ପ୍ରଥମ ଏବଂ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ରହିଛନ୍ତି ।
ସୂଚନା ଅନୁସାରେ,ଗତକାଲି ଆଦର୍ଶ ବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ । ଏହି ଉତ୍ସବରେ ଭୋଜି ଖାଇ ପରେ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଥିଲେ ୧୫ ଜଣ ଛାତ୍ରଛାତ୍ରୀ । ଖବର ପାଇ ଡାକ୍ତରୀ ଟିମ୍ ହଷ୍ଟେଲରେ ପହଞ୍ଚିଥିଲେ । ଚିକିତ୍ସା ପରେ ବର୍ତ୍ତମାନ ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ଅଛନ୍ତି । ସେହିପରି ଫୁଡ୍ ଇନ୍ସପେକ୍ଟରଙ୍କ ଟିମ୍ ମଧ୍ୟ ବିଦ୍ୟାଳୟ ହଷ୍ଟେଲରେ ପହଞ୍ଚି ଜାଞ୍ଚ ଆରମ୍ଭ କରିଛି ।












Click it and Unblock the Notifications