ଆଲୋକର ପର୍ବ ଦୀପାବଳି: ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼
ଆଲୋକର ପର୍ବ ଦୀପାବଳି: ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼
ଭୁବନେଶ୍ୱର: ଆଜି ଆଲୋକର ପର୍ବ ଦୀପାବଳି । ସକାଳୁ ସକାଳୁ ବଡଦାଣ୍ଡରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଆଜି ହେଉଛି କାର୍ତ୍ତିକ ମାସର ଅମାବାସ୍ୟା ତିଥି । ଆଜିର ତିଥିରେ ପୟା ଶ୍ରାଦ୍ଧ ଦିଆଯାଏ । ପିତୃଲୋକଙ୍କ ଉଦ୍ଦେଶ୍ୟରେ ଆଜି ବଡବଡୁଆଙ୍କୁ ଡକାଯିବାର ପରମ୍ପରା ରହିଛି । ଏହି ଅବସରରେ ହଜାର ହଜାର ଲୋକ ଆସି ବଡଦାଣ୍ଡରେ ତାଙ୍କ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରୁଛନ୍ତି । କାଉଁରିଆ କାଠି ଜାଳି ବଡବଡୁଆ ହେ ଅନ୍ଧାରରେ ଆସି ଆଲୁଅରେ ଯାଅ ବୋଲି ଉଚ୍ଚାରଣ କରି ପିତୃପକ୍ଷରେ ଆସିଥିବା ବଡବଡୁଆଙ୍କୁ ବିଦାୟ ଦେଉଛନ୍ତି ।

ବଡଦାଣ୍ଡରେ ଭକ୍ତିମୟ ପରିବେଶ ଦେଖିବା ପାଇଁ ମିଳୁଛି । ସେପଟେ କାଉଁରିଆ କାଠି ଜାଳିବା ପାଇଁ ସିଂହଦ୍ଵାର ସମ୍ମୁଖରେ କାକୁଡିଖାଇ ମନ୍ଦିର ଓ ମଙ୍ଗୁମଠ ମଧ୍ୟରେ ୫ଟି ସ୍ଥାନ ପ୍ରସ୍ତୁତ କରାଯାଇଛି । ସୃଙ୍ଖଳିତ ଭାବେ ପୟାଶ୍ରାଦ୍ଧ ଦେଉଛନ୍ତି ଲୋକେ । ହଜାର ହଜାର ଭକ୍ତଙ୍କ ଗହଳିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ଏନେଇ ଶ୍ରୀମନ୍ଦିର ନୀତିକାନ୍ତିରେ ଅନେକ ପରିବର୍ତ୍ତନ କରାଯାଇଛି । ତେବେ ଆଜି ଗହଳିକୁ ଦୃଷ୍ଟିରେ ରଖି ଭୋର ପ୍ରାୟ ୪ରୁ ଶ୍ରୀମନ୍ଦିର ଦ୍ୱାରଫିଟା ଯାଇ ନିତିକାନ୍ତି ଆରମ୍ଭ ହୋଇଛି । ମଙ୍ଗଳଆଳତୀ, ମଇଲମ, ଅବକାଶ ନିତି ଆଦି ବଢି ଦୈନନ୍ଦିନର ନିତି କରାଯାଉଛି । ଶ୍ରୀମନ୍ଦିରରେ ବାଳଭୋଗ ଓ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ରହିଥିଲେ ମଧ୍ୟ ସେବାୟତ ମାନେ ଶୃଙ୍ଖଳିତ ନିତିକାନ୍ତି କରୁଛନ୍ତି ।












Click it and Unblock the Notifications