ଟ୍ରେନ ଶୌଚାଳୟରୁ ମହିଳାଙ୍କ ମୃତ ଦେହ ମିଳିବା ଘଟଣା:ପୋଷ୍ଟର ଲଗାଇଲା ଜିଆରପି
ଭୁବନେଶ୍ୱର: ଟ୍ରେନ ଶୌଚାଳୟରୁ ମହିଳାଙ୍କ ମୃତ ଦେହ ମିଳିବା ଘଟଣା । ଜନଗହଳିପୂର୍ଣ୍ଣ ସ୍ଥାନରେ ପୋଷ୍ଟର ଲଗାଇ ଜିଆରପିର ଛାନଭିନ୍ । ମହିଳାଙ୍କ ପରିଚୟ ଖୋଜି ଦେଲେ ମିଳିବ ପୁରଷ୍କାର । ନାମ ରଖାଯିବ ଗୋପନ ।
ଭୁବନେଶ୍ୱର ସତ୍ୟନଗର କୋଚିଂୟାର୍ଡରେ ଟ୍ରେନ୍ ଶୌଚାଳୟରୁ ମୃତଦେବ ମିଳିଥିଲା ଘଟଣା । ମହିଳାଙ୍କ ପରିଚୟ ଜାଣିବା ପାଇଁ ଭୁବନେଶ୍ୱର ରେଳ ଷ୍ଚେସନ, ରାଜ୍ୟ ବାହାରର ଷ୍ଟେସନ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ପୋଷ୍ଟର ଲଗାଇଛି ଜିଆରପି । ମୃତ ମହିଳାଙ୍କ ପରିଚୟ ଯେଉଁ ବ୍ୟକ୍ତି ଦେବେ ତାଙ୍କୁ ପୁରସ୍କାର ଦିଆଯିବା ସହ ତଥ୍ୟ ଦେଇଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ ।

ସୂଚନା ଅନୁସାରେ, ଗତ ୨୦ ତାରିଖରେ ଧାନବାଦ୍-ଭୁବନେଶ୍ୱର ଟ୍ରେନରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।
ମହିଳା ଜଣଙ୍କର ବୟସ ପାଖାପାଖି ୩୦ ବର୍ଷ ହେବ ଏବଂ ସେ ବିବାହିତ ବୋଲି ଅନୁମାନ କରାଯାଉଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ମହିଳା ଜଣଙ୍କର ପରିଚୟ ମିଳିପାରି ନାହିଁ । ସେପଟେ ଆଜି ସତ୍ୟନଗର ଶ୍ମସାନରେ ମହିଳା ଜଣଙ୍କର ଶେଷକୃତ୍ୟ କରାଯିବ ।












Click it and Unblock the Notifications