ବଢ଼ିଲା ବାତ୍ୟା ଭୟ ; କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ବଢ଼ିଲା ବାତ୍ୟା ଭୟ । କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ବାୟୁମଣ୍ଡଳର ଉପରି ଭାଗରେ ୫.୮ କିମି ଯାଏଁ ବ୍ୟାପ୍ତ ଅଛି । ଆସନ୍ତା ୨୧ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର ।

ବଙ୍ଗୋପସାଗରରେ ଆସନ୍ତା ୨୦ ତାରଖରେ ସୃଷ୍ଟି ହେବ ଘୂର୍ଣ୍ଣି ବଳୟ।। ଏହା ପୂର୍ବରୁ ଆଜି ରାଜ୍ୟର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ଘଡ଼ଘଡ଼ି ସହ ବର୍ଷା ନେଇ ରାଜ୍ୟର ୧୪ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଆଗକୁ ଉତ୍ତର ପଶ୍ଚିମ ଦିଗରେ ଗତି କରି ଅବପାତର ରୂପ ନେବ । ଏହାର ପ୍ରଭାବରେ ୨୧ ତାରିଖରୁ ସମୁଦ୍ର ଅଶାନ୍ତ ହୋଇପଡିବ । ତେଣୁ ସମୁଦ୍ର ଭିତରକୁ ଯିବା ନେଇ ମତ୍ସ୍ୟଜୀବୀଙ୍କୁ ବାରଣ କରିଛି ପାଣିପାଗ ବିଭାଗ । ସେପଟେ ଆସନ୍ତା ୨୨ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବାକୁ ଥିବା ବେଳେ ୨୩ ତାରିଖରେ ପ୍ରବଳ ବର୍ଷା ହେବ ।

Fear of the storm

ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଲଘୁଚାପର ରୂପ ନେବା ପରେ ବାତ୍ୟାର ଚିତ୍ର ସ୍ପଷ୍ଟ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ସେପଟେ ସମ୍ଭବତଃ ଭଦ୍ରକରୁ ବାଲେଶ୍ୱର ମଧ୍ୟରେ ବାତ୍ୟା ମାଡ଼ ହେବ ବୋଲି ଜିଏଫଏସ ମଡେଲ ଆକଳନ କରିଛି। ଆଣ୍ଡାମାନ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ଖୁବ ଶୀଘ୍ର ଲଘୁଚାପରେ ପରିଣତ ହେବା ସହିତ ଏହା ବାତ୍ୟାର ରୂପ ନେଇପାରେ ବୋଲି ଜିଏଫଏସ ମଡେଲ ଆକଳନ କରିଛି। ସେପଟେ କିନ୍ତୁ ଗୋପାଳପୁର ନିକଟରେ ବାତ୍ୟା ମାଡ଼ ହେବା ନେଇ ଆଇଓସିଏନ ମଡେଲ ଆକଳନ କରିଛି।

ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ମୁତାବକ ଏକ ଟ୍ରପ ଲାଇନ୍‌ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବ। ଏହାର ପ୍ରଭାବରେ ଶନିବାର ରାଜ୍ୟର ଉପକୂଳରେ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୧ ମିମି ବର୍ଷା ରେକର୍ଡ କରାଯାଇଥିବା ବେ‌ଳେ ଜଗତସିଂହପୁରରେ ୩୭.୧, ଦାରିଙ୍ଗିବାଡ଼ିରେ ୩୫, ଟିଟିଲାଗଡ଼ରେ ୨୪, ଭୁବନେଶ୍ବରରେ ୨୧.୮, କଟକରେ ୧୩.୪, ମାଲକାନଗିରିରେ ୬.୪, ଭଦ୍ରକ‌ରେ ୫.୩, କୋରାପୁଟରେ ୫.୨, ପାରଳାଖେମୁଣ୍ଡିରେ ୪, ନବରଙ୍ଗପୁରରେ ୩.୨, କେନ୍ଦ୍ରପଡ଼ାରେ ୩, ଢେଙ୍କାନାଳରେ ୨.୪ ଓ ଚାନ୍ଦବାଲିରେ ୧.୮ ମିମି ବର୍ଷା ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+