ଅକ୍ଟୋବରରେ ପୁଣି ବାତ୍ୟା ଭୟ, ବଙ୍ଗୋପସାଗରରେ ଦୁଇଟି ବାତ୍ୟା ନେଇ GFS ମଡେଲ ପକ୍ଷରୁ ଆକଳନ
ଅକ୍ଟୋବରରେ ପୁଣି ବାତ୍ୟା ଭୟ, ବଙ୍ଗୋପସାଗରରେ ଦୁଇଟି ବାତ୍ୟା ନେଇ GFS ମଡେଲ ପକ୍ଷରୁ ଆକଳନ । ଅକ୍ଟୋବର ମାସ ଆସିଲା ମାତ୍ରକେ ମନରେ ବାତ୍ୟା ଭୟ ଆସିବା ସ୍ବାଭାବିକ ।
୧୯୯୯ ମସିହା ମହାବାତ୍ୟାକୁ ଏହାରି ଭିତରେ ୨୬ ବର୍ଷ ବିତିଗଲାଣି । କିନ୍ତୁ ଏମିତି କେଉଁ ଅକ୍ଟୋବର ନାହିଁ, ଯେଉଁଥିରେ ବାତ୍ୟା ଭୟ ଆସିନଥିବ । ଏବେ ଅକ୍ଟୋବର ଚାଲିଥିବାରୁ ପୁଣି ସେଭଳି କିଛି ଆଶଙ୍କା ଦେଖାଦେଇଛି । ଆମେରିକାର ଜିଏଫ୍ଏସ୍ ମଡେଲ୍ ସେମିତି କିଛି ଆକଳନ କରୁଛି । ଅର୍ଥାତ ଅକ୍ଟୋବରରେ ଦୁଇ ଦୁଇଟି ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ଯଦିଓ ଏନେଇ ଚିତ୍ର ଏବେ କିଛି ସ୍ପଷ୍ଟ ହୋଇନାହିଁ, କିନ୍ତୁ ସମ୍ଭାବନାକୁ ଏଡ଼ାଇ ଯାଇ ହେବନି ।
୧୯୯୯ ମସିହା ଅକ୍ଟୋବର ମାସ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଦୁଇଟି ଶକ୍ତିଶାଳୀ ବାତ୍ୟା । ଗୋଟିଏ ଅକ୍ଟୋବର ୧୭ରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ସ୍ଥଳଭାଗ ଛୁଇଁଥିଲା । ଅନ୍ୟଟି ବଙ୍ଗୋପସାଗର ଇତିହାସର ସବୁଠାରୁ ଶକ୍ତିଶାଳୀ ମହାବାତ୍ୟା ଭାବେ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିଲା । ଯାହା ଅକ୍ଟୋବର ୨୯ରେ ଜଗତସିଂହପୁର ଜିଲ୍ଲାର ଏରସମା ଅଞ୍ଚଳରେ ସ୍ଥଳ ଭାଗ ଛୁଇଁ ଥିଲା । ଏହି ମହାବାତ୍ୟା ଆଣିଥିଲା ମହାପ୍ରଳୟ । ତେବେ ଚଳିତ ଅକ୍ଟୋବରରେ ବାତ୍ୟା ଆସିବ କି ନାହିଁ, ତା'ର ଚିତ୍ର ଆଉ କିଛି ଦିନ ଭିତରେ ସ୍ପଷ୍ଟ ହେବ ।
ଡ଼ିଶା ଛାତିରେ ବାତ୍ୟା ଛନକା ଭରିଛି ସମ୍ଭାବ୍ୟ ଲଘୁଚାପ। ୨୧ ତାରିଖ ସୁଦ୍ଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଯାହାକି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରି ଘନୀଭୂତ ହେବା ସହ ଅବପାତରେ ପରିଣତ ହେବ।

ଏ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଅକ୍ଟୋବରରେ ଲଘୁଚାପରୁ ଅବପାତ ସମ୍ଭାବନା ବାତ୍ୟା ଆଶଙ୍କାକୁ ବଳ ଯୋଗାଉଛି। ଆମେରିକା GFS ମଡେଲର ସାଇଟେଲାଇଟ୍ ଚିତ୍ର କହୁଛି, ଚଳିତମାସରେ ଦୁଇ ଦୁଇଟି ବାତ୍ୟା ସୃଷ୍ଟି ହୋଇପାରେ।
ତେବେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,ଏଯାଏଁ ବାତ୍ୟା ନେଇ କୌଣସି ପୂର୍ବାନୁମାନ ହୋଇନି। ବର୍ତ୍ତମାନ ସୁଦ୍ଧା କେବଳ ଲଘୁଚାପ ଓ ଅବପାତ ଆକଳନ କରାଯାଇଛି। ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡକୁ ଗତି କରିବା ସମ୍ଭାବନା ରହିଛି। ଲଘୁଚାପ ସୃଷ୍ଟି ହେବା ପରେ ହିଁ ସ୍ଥିତି ସ୍ପଷ୍ଟ ହେବ। ସମ୍ଭାବ୍ୟ ଲଘୁଚାପ ଓ ଅବପାତ ପ୍ରଭାବରେ ୨୧ ପୂର୍ବରୁ ମତ୍ସ୍ୟଜୀବୀ କୂଳକୁ ଫେରି ଆସିବା ଆବଶ୍ୟକ ।
ଅକ୍ଟୋବରରେ ବାତ୍ୟା ଭୟ:
ରାଜ୍ୟରୁ ଗତ ୧୬ ତାରିଖରୁ ମୌସୁମୀ ଅପସାରଣ ହୋଇଥିବା ବେଳେ ଅକ୍ଟୋବର ମାସକୁ ବାତ୍ୟା ମାସ ବୋଲି କୁହାଯାଏ । ତେଣୁ ବଙ୍ଗୋପସାଗରରେ ପୁଣି ଥରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯେଉଁଥିପାଇଁ ବାତ୍ୟାର ଭୟ ବଢ଼ିଛି । ଏହି ସିଷ୍ଟମ୍ କେତେ ଘନୀଭୂତ ହେବ, କେଉଁ ଦିଗକୁ ଗତି କରିବ ଏବଂ କେଉଁ ଉପକୂଳ ଦେଇ ଅତିକ୍ରମ କରିବ ତାହା ପରବର୍ତ୍ତୀ ଦିନମାନଙ୍କରେ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛି ବିଭାଗ ।












Click it and Unblock the Notifications