ପ୍ରଥମ ଥର ପାଇଁ ଓଡ଼ିଶାରୁ ମାଣ୍ଡିଆ କିଣିଲା FCI

ପ୍ରଥମ ଥର ପାଇଁ ଭାରତୀୟ ଖାଦ୍ୟ ନିଗମ (FCI) ଓଡ଼ିଶାରୁ ମାଣ୍ଡିଆ (ଫିଙ୍ଗର ମିଲେଟ୍) ଉଠାଇଛି। ମାଣ୍ଡିଆର ଉଚ୍ଚ ପୌଷ୍ଟିକ ମୂଲ୍ୟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟରୁ ୪୦,୦୦୦ ଟନ୍ ମାଣ୍ଡିଆ କେନ୍ଦ୍ରୀୟ ପୁଲକୁ ନେବାକୁ ଏବଂ ଏହାକୁ ସାର୍ବଜନୀନ ବଣ୍ଟନ ପ୍ରଣାଳୀ (PDS) ମାଧ୍ୟମରେ ବିଭିନ୍ନ ଯୋଜନାରେ ବ୍ୟବହାର କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

milet

ଏହି ପଦକ୍ଷେପ ସ୍ୱରୂପ ଆନ୍ଧ୍ରପ୍ରଦେଶ ୧୬,୮୦୦ ଟନ୍ ମାଣ୍ଡିଆ ନେବାକୁ ଆଗ୍ରହ ଦେଖାଇଛି। ପ୍ରଥମ ପର୍ଯ୍ୟାୟରେ FCI କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରୁ ୨,୬୪୨ ଟନ୍ ମାଣ୍ଡିଆ ଉଠାଇଛି। ବାକି ପରିମାଣ ମାଣ୍ଡିଆ ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଆଦି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାମାନଙ୍କରୁ ପର୍ଯ୍ୟାୟକ୍ରମେ ଉଠାଯିବ।

ଏହି କାର୍ଯ୍ୟକୁ ସଫଳ କରିବା ପାଇଁ ରାଜ୍ୟର କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ଆଦିବାସୀ ଉନ୍ନୟନ ସମବାୟ ନିଗମ ଲିମିଟେଡ୍ ଏବଂ ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ବିଭାଗ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ୨୦୨୪-୨୫ ଖରିଫ ଋତୁରେ ରାଜ୍ୟରୁ ମୋଟ ୭୫,୦୦୦ ମେଟ୍ରିକ୍ ଟନ୍ ମାଣ୍ଡିଆ ୬୪,୦୦୦ରୁ ଅଧିକ କୃଷକଙ୍କଠାରୁ ସଂଗ୍ରହ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାର ୨୦୨୩କୁ ଆନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ଘୋଷଣା କରି ମିଲେଟ୍ ଉତ୍ପାଦନ, ଉପଭୋଗ ଓ ମୂଲ୍ୟ ସଂଯୋଜନକୁ ପ୍ରୋତ୍ସାହନ ଦେଇଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଣ୍ଡିଆକୁ ଏକ ସୁପର ଫୁଡ୍ ଭାବେ ବର୍ଣ୍ଣନା କରି ଏହାର ବିଶ୍ୱବ୍ୟାପୀ ମାନ୍ୟତା ଉପରେ ଗୁରୁତ୍ୱ ଦେଇଛନ୍ତି।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜର 'ଶ୍ରୀ ଅନ୍ନ ଅଭିଯାନ' ଅଧୀନରେ ଓଡ଼ିଶାରେ ଅଧିକ ପୁଷ୍ଟିକର ଓ ଗୁଣାତ୍ମକ ମିଲେଟ୍ ଉତ୍ପାଦନ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+