ପୁଅକୁ ଛୁରି ଭୁସି ହତ୍ୟା କଲା ପିଶାଚ ବାପା
ଢେଙ୍କାନାଳଜିଲ୍ଲା କଙ୍କଡାହାଡ଼ ଥାନା ଇଲାକା ମରୁଆବିଲ ପଞ୍ଚାୟତ କମ୍ପୁଲେଇ ଗାଁରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛିl ପାରିବାରିକ କଳହରୁ ନିଜର ଜନ୍ମିତ ପୁଅକୁ ଛୁରୀ ଭୁସି ହତ୍ୟା କରିଛି ବାପାl ମୃତକ ହେଲେ କ୍ଷୀରୋଦ ସାହୁ(୨୬)। ହତ୍ୟାକାରୀ ବାପା ବିଭୁତି ସାହୁ(୫୫)। ପରିବାର ଲୋକଙ୍କ କହିବାନୁଯାୟୀ ଗତକାଲି କୌଣସି କାରଣକୁ ନେଇ ଉଭୟ ବାପା ଓ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା l ପରେ ବିଭୁତି ନିଶାସକ୍ତ ଅବସ୍ଥାରେ ଘରେ ପାଟିତୁଣ୍ଡ କରିବା ସହ ପୁଅ କ୍ଷୀରୋଦକୁ ମାରିବା ପାଇଁ ଇଟା, ପଥର ପକାଇଥିଲା, ଯାହାକୁ ନେଇ କ୍ଷୀରୋଦ କଙ୍କଡାହାଡ଼ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ ।

ହେଲେ ତାଙ୍କୁ ନ୍ୟାୟ ମିଳିବା ବଦଳରେ ତାଙ୍କୁ ଗାଳି କରି ଘରକୁ ଫେରାଇ ଦେଇଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତିl ଅନୁରୂପ ଭାବରେ ଆଜି ସକାଳୁ ପୁଣି କ୍ଷୀରୋଦ ଥାନାରେ ଅଭିଯୋଗ କରି ଘରକୁ ଫେରିଥିଲେ ହେଲେ ଘରକୁ ପହଁଚିଲା ମାତ୍ରେ ଘରେ ଜଲାଦ ବାପା ପୁଅ ଉପରେ ଏକ ଛୁରୀରେ ଆକ୍ରମଣ କରି ହତ୍ୟା କରିଥିଲା l ପରିବାର ଲୋକ କ୍ଷୀରୋଦକୁ ମୁର୍ମୁଷୁ ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି l












Click it and Unblock the Notifications