ବିଦ୍ୟୁତ୍ ଆଘାତରେ ଚାଲିଗଲା ବାପାପୁଅଙ୍କ ଜୀବନ
ଯାଜପୁର: ବିଦ୍ୟୁତ୍ ଆଘାତରେ ବାପାପୁଅ ମୃତ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ମା'। ଯାଜପୁର ରୋଡ୍ ଥାନା ବେଙ୍ଗାପାଟିଆ ଗାଁ ଅଭାବନୀୟ ଘଟଣା ଘଟିଛି । ଘରେ ବିଦ୍ୟୁତ କାମ କରୁଥିବା ବେଳେ ଏପରି ଅଘଟଣ ଘଟିଥିବା ନେଇ ସୂଚନା ରହିଛି ।
ମୃତକମାନେ ହେଲେ ଗଣେଶ ମଣ୍ତଳ ଏବଂ ତାଙ୍କ ପୁଅ ଆଶୁ ମଣ୍ତଳ । ତୁଳସୀ ମଣ୍ତଳଙ୍କୁ ଦାନଗଦି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଚିକିତ୍ସା ଜାରି ରହିଛି । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ରହିଛି ।

ମିଳିଥିବା ସୂଚନା ଅନୁସାରେ, ଘରେ ବାପପୁଅ ବିଦ୍ୟୁଦ କାର୍ଯ୍ୟ କରୁଥିବା ବେଳେ ଏପରି ବଡ଼ ଅଘଟଣ ଘଟିଛି । ପ୍ରଥମେ ଆଶୁ ମଣ୍ତଳଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା, ତାଙ୍କୁ ବଞ୍ଚାଇବା ପାଇଁ ଯାଇ ପିତା ଗଣେଶ ମଣ୍ତଳଙ୍କ ମୃତ୍ୟୁ ବିଦ୍ୟୁତ୍ ଆଘାତରେ ହୋଇଥିଲା ଏବଂ ମା ତୁଳସୀ ମଣ୍ତଳ ଗୁରୁତର ଆହତ ହୋଇଛନ୍ତି । ଏପରି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।












Click it and Unblock the Notifications