ଦ୍ବିତୀୟ ବିବାହ ପ୍ରସ୍ତାବକୁ ବିରୋଧ କରିବାରୁ ବାପା ସାଜିଲା ସୈତାନ୍; ନେଲା ଦୁଇ ପୁଅଙ୍କ ଜୀବନ
୨ ନାବାଳକଙ୍କ ମୃତଦେହ ଉଦ୍ଧାର ମାମଲାରେ ବାପା ଗିରଫ । ଦ୍ବିତୀୟ ବିବାହ ପ୍ରସ୍ତାବକୁ ଦୁଇ ନାବାଳକ ପୁଅ ବାରଣ କରିବାରୁ ହତ୍ୟା କରିଛି ବାପା । ଡବଲ୍ ମର୍ଡର ନେଇ ପ୍ରେସମିଟ୍ରେ ସ୍ପଷ୍ଟ କଲେ ନୟାଗଡ଼ ଏସ୍ପି । ହତ୍ୟାକାରୀ ବାପା ଓ ସହଯୋଗ କରିଥିବା ଜେଜେ ମାଆ ଗିରଫ । ପ୍ରଥମେ ତଣ୍ଟି ଚିପି ହତ୍ୟା କରିଥିଲା ପିଶାଚ ବାପା । ପରେ ଆତ୍ମହତ୍ୟାର ରୂପ ଦେବାକୁ ମୃତଦେହ ଝୁଲାଇ ଦେଇଥିଲ ଉଭୟ । ସୋମବାର ଧାନଚାଙ୍ଗଡ଼ା ଗାଁରେ ଘରୁ ଉଦ୍ଧାର ହୋଇଥିଲା ମୃତଦେହ ।

ଗତ ୧୦ ତାରିଖରେ ନୟାଗଡ଼ ଫତେଗଡ଼ ଥାନା ଅନ୍ତର୍ଗତ ଧାନଚାଙ୍ଗଡ଼ା ଗାଁର ପ୍ରଶାନ୍ତ ପ୍ରଧାନ, ଜନ୍ମକଲା ଦୁଇ ନାବାଳକ ପୁଅଙ୍କୁ ହତ୍ୟା କରିଥିଲା । ଦୁଇ ବର୍ଷ ତଳେ ପ୍ରଶାନ୍ତଙ୍କ ସ୍ତ୍ରୀ ଜୀବନ ହାରିଥିଲେ । ତାଙ୍କର ୨ ଜଣ ପୁଅ ଥିଲେ । ବଡ଼ ପୁଅକୁ ୧୪ ବର୍ଷ ହୋଇଥିବା ବେଳେ ସାନପୁଅକୁ ୧୧ ବର୍ଷ ହୋଇଥିଲା। କିଛି ଦିନ ହେଲା ପ୍ରକାଶଙ୍କ ଦ୍ଵିତୀୟ ବିବାହ କଥା ଉଠିଥିଲା । ଏନେଇ ଏକ ପ୍ରସ୍ତାବ ମଧ୍ୟ ଆସିଥିଲା । ଦ୍ବିତୀୟ ବିବାହକୁ ବଡ଼ ପୁଅ ବିରୋଧ କରିବାରୁ ରାସ୍ତାରୁ କଣ୍ଟା ହଟାଇବାକୁ ଦୁଇ ପୁଅଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଥିଲେ ମୃତ ଦୁଇ ଭାଇଙ୍କ ମାମୁ । ହତ୍ୟାକରି ବେକରେ ଲୁଗା ଲଗାଇ ଆଜବେଷ୍ଟସରେ ଟାଙ୍ଗି ଦେଇଥିଲେ। ହତ୍ୟାକାଣ୍ଡ ମାମଲାରେ ଆଜି ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ନୟାଗଡ ଏସପି ସୂଚନା ଦେଇଛନ୍ତି ।












Click it and Unblock the Notifications