ପୁଅବୋହୂଙ୍କ ଉପରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇଥିଲେ; ବୋହୂ ପରେ ଚାଲିଗଲା ପୁଅ

ଗତ ଶନିବାର ଦିନ ଗୋବର୍ଦ୍ଧନ ନିଜ ପୁଅ ଦୀନବନ୍ଧୁଙ୍କୁ ଟଙ୍କା ମାଗିଥିଲେ। ହେଲେ ଦୀନବନ୍ଧୁ ଟଙ୍କା ଦେବାକୁ ମନା କରି ଦେଇଥିଲେ। ଆଉ ଏଥିରେ ଗୋବର୍ଦ୍ଧନ ରାଗି ଯାଇ ଘରୁ କିରୋସିନ ଆଣି ଦୀନବନ୍ଧୁଙ୍କ ଉପରେ ଢାଳି ଦେଇଥିଲେ। ପରେ ନିଆଁ ଲଗାଇ ଦେଇଥିଲେ । ଦୀନବନ୍ଧୁ ଜଳୁଥିବା ଦେଖି ତାଙ୍କ ସ୍ତ୍ରୀ ଦୌଡ଼ି ଆସିଥିଲେ । ସ୍ୱାମୀକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ସେ ମଧ୍ୟ ଜଳି ଯାଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରବିବାର ଚିକିତ୍ସାଧୀନ ଅବସ୍ଥାରେ ଦୀନବନ୍ଧୁଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଭୋରରୁ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଛି।
ପୁଲିସ ବୁଧବାର ଗୋବର୍ଦ୍ଧନଙ୍କ ଗିରଫ କରିଛି ଓ ଘଟଣାର ତଦନ୍ତ କରୁଛି। ଦୀନବନ୍ଧୁଙ୍କର ୪ ବର୍ଷର ଏକ ପୁଅ ରହିଛି ।












Click it and Unblock the Notifications