ଝିଅକୁ ମାରିବା ପରେ ଆତ୍ମହତ୍ୟା କଲା ବାପା

ନୟାଗଡ଼: ପାଞ୍ଚ ବର୍ଷର ଝିଅକୁ ମାରିବା ପରେ ନିଜେ ଆତ୍ମହତ୍ୟ କରିଦେଲା ବାପା । ବନ୍ଦ ଘରୁ ମିଳିଲା ବାପା-ଝିଅଙ୍କ ମୃତଦେହ । ଏଭଳି ଏକ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦେବୋତ୍ତର କଲୋନୀରେ । ଏପରି ଏକ ଲୋମଟାଙ୍କୁରା ଓ ଚାଞ୍ଚଲ୍ୟକର ଘଟଣା ଦେବୋତ୍ତର ଲେନ୍ ୪ରେ ଗତ ରାତିରେ ଘଟିଛି । ମୃତ ବାପଝିଅ ହେଲେ ପୁଲକ ବିଶ୍ୱାଳ ଓ ତାଙ୍କ ୫ ବର୍ଷର ଝିଅ ପଲକ ବିଶ୍ୱାଳ । କୁହାଯାଉଛି ପତ୍ନୀ ଓ ଝିଅଙ୍କୁ ନେଇ ପୁଲକ ବିଶ୍ୱାଳଙ୍କ ସଂସାର ବେଶ ହସଖୁସିରେ ଚାଲିଥିଲା ।

ମାତ୍ର ଅଚାନକ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଘୋଟି ଆସିଥିଲା କଳା ବାଦଲ । ମୃତ ପୁରୁଷ ଜଣକ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ଘଟିବା ପରେ ଆଉଥରେ ବିବାହ କରିବାକୁ ମନସ୍ତ କରିଥିଲେ । ଏହାପରେ ଗତ ୩ ମାସ ତଳେ ସେ ଦ୍ୱିତୀୟ ବିବାହ କରିଥିଲେ । ଗତ ସୋମବାର ପୁଲକଙ୍କ ଦ୍ୱିତୀୟ ପତ୍ନୀ ବାପ ଘରକୁ ଯାଇଥିଲେ । ବାପ ଘରେ ୨ ଦିନ ରହି ନୟାଗଡ଼ସ୍ଥିତ ସ୍ୱାମୀଙ୍କ ପାଖକୁ ଆସିବା ପରେ ଘର ଭିତରୁ କବାଟ ବନ୍ଦ ଥିଲା । ଭିତରୁ ତାଲା ପଡ଼ିଥିବା ଦେଖି ବହୁ ସମୟ ପର୍ଯ୍ୟନ୍ତ କବାଟ ବାଡେଇଥିଲେ । ପରେ ସନ୍ଦେହ ହେବାରୁ ପୁଲିସକୁ ଖବର ଦେଇଥିଲେ ।

Nayagarh Man Poisons

ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନୟାଗଡ଼ ଟାଉନ ଥାନା ପୁଲିସ ବିଳମ୍ବିତ ରାତିରେ ପହଞ୍ଚି ତାଲା ଭାଙ୍ଗି ଘରେ ପଶିଥିଲା । ଘର ଭିତରେ ବାପାର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ୫ ବର୍ଷର ଝିଅର ମୃତଦେହ ବେଡରେ ପଡ଼ିରହିଥିବା ପୁଲିସ୍ ଦେଖିବାକୁ ପାଇଥିଲା । ବର୍ତ୍ତମାନ ଏହି ଘଟାଣର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+