ମିଳିଲା ବୋର୍‌ୱେଲରୁ ଉଦ୍ଧାର ଶିଶୁକନ୍ୟାର ବାପା, ମାଆଙ୍କ ପରିଚୟ; ରେଙ୍ଗାଲି ଅଞ୍ଚଳରେ ହୋଇଥିବା ସୂଚନା

ସମ୍ବଲପୁର: ରେଙ୍ଗାଲି ବୋର୍‌ୱେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣାରେ ଉଦ୍ଧାର ଶିଶୁକନ୍ୟାର ବାପା, ମାଆଙ୍କ ପରିଚୟ ମିଳିଥିବା କହିଲେ ଏସ୍‌ପି । ମହିଳା ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ, ମାନସିକ ଅବସ୍ଥା ଠିକ୍ ନଥିବା ସୂଚନା ମିଳିଛି ।

ମହିଳା ଜଣଙ୍କ କଟକ ଏସ୍‌ସିବିରେ ଚିକିତ୍ସାଧୀନ ଥିବା ସୂଚନା ରହିଛି । ମହିଳାଙ୍କର ଏହା ଦ୍ୱିତୀୟ ସନ୍ତାନ ଥିବା ନେଇ ବି ସୂଚନା ମିଳିଛି । ତେବେ ମା' ମାନସିକ ଅସୁସ୍ଥ ଥିବାରୁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଏସପି କହିଛନ୍ତି । କିନ୍ତୁ ଶିଶୁକନ୍ୟାକୁ କାହିଁକି ଫୋପାଡି ଦେଇଥିଲେ ସେନେଇ ସ୍ପଷ୍ଟ ହୋଇନି ।

ତେବେ ଶିଶୁକନ୍ୟାକୁ ସେ ବୋରୱେଲ୍‌ରେ ଫିଙ୍ଗି ଥିବା ପୁଲିସ୍ ଆଗରେ ସ୍ୱୀକାର କରିଥିବା ଏସ୍‌ପି କହିଛନ୍ତି । ଶିଶୁକନ୍ୟାଟି ଜନ୍ମ ହେବାର ପ୍ରାୟ ୫/୬ ଘଣ୍ଟା ପରେ ସେ ତାକୁ ବୋରୱେଲ୍‌ରେ ଫିଙ୍ଗି ଦେଇଥିଲେ ।

Baby girl

ଶିଶୁକନ୍ୟାଟିକୁ ବୋରୱେଲ୍‌ରେ ଫିଙ୍ଗିବା ପୂର୍ବରୁ ତାଙ୍କର ମାନସିକ ସ୍ଥିତ ଭଲ ନଥିଲା ନା ତା' ପରେ ତାଙ୍କ ମାନସିକ ସ୍ଥିତି ଖରାପ ହୋଇଥିଲା, ସେ ନେଇ ତଦନ୍ତ କରାଯାଇ ନାହିଁ ବୋଲି ଏସ୍‌ପି କହିଛନ୍ତି । ମହିଳା ଜଣଙ୍କ ସୁସ୍ଥ ହୋଇ ଫେରିଲା ପରେ ଏସବୁ ଦିଗରେ ତଦନ୍ତ କରାଯିବ ବୋଲି ଏସ୍‌ପି କହିଛନ୍ତି ।

ଗତକାଲି ତାର ଏକୋଇଶା ହୋଇ ନାଁ ରଖାଯାଇଥିଲା 'ବିଜୟିନୀ' । ଶିଶୁ କନ୍ୟାଟି ଏବେ ବୁର୍ଲା ବଡ଼ ଡାକ୍ତରଖାନାର SNCUରେ ଚିକିତ୍ସାଧୀନ ରହିଛି । ଆଜି ତା'ର ଏକୋଇଶିଆ ପାଳନ କରାଯାଇଥିଲା। ଏଥିରେ ଡାକ୍ତରମାନେ ମଧ୍ୟ ସାମିଲ ହୋଇଥିଲେ । ଏହି ଅବସରରେ କେକ୍‌ କଟା ଯାଇ ମିଠା ବଣ୍ଟା ଯାଇଥିଲା।

ସୂଚନାଯୋଗ୍ୟ, ଗତମାସ ରେଙ୍ଗାଲିର ଏକ ବୋରୱେଲ ଭିତରୁ ଶିଶୁକନ୍ୟା କାନ୍ଧୁଥିବାର ଜଣେ ଲୋକ ଦେଖିଥିଲେ । ଶିଶୁଟିକୁ ଲାରିପାଲି ଜଙ୍ଗଲରେ ଏକ ପରିତ୍ୟକ୍ତ ବୋରୱେଲ ମଧ୍ୟରେ କେହି ଫିଙ୍ଗି ଦେଇଥିବା ପଳାଇଥିଲେ। ୬ ଘଣ୍ଟାର ଅପରେସନ ପରେ ତାକୁ ଉଦ୍ଧାର କରାଯାଇଥିଲା । ତେବେ ଶିଶୁକନ୍ୟାକୁ କିଏ, କଣ ପାଇଁ ଫିଙ୍ଗିଥିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରିପାରିନି ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+