କଳା ରଙ୍ଗ ସାମ୍ନାରେ ଫିକା ପଡିଲା ବାପ-ଝିଅ ସମ୍ପର୍କ
କଳା ରଙ୍ଗ ସାମ୍ନାରେ ଫିକା ପଡିଲା ବାପ-ଝିଅ ସମ୍ପର୍କ ,
ବାଲେଶ୍ୱର: ସତରେ ମଣିଷ ଦେହର ରଙ୍ଗ କ'ଣ ଏତେ ମୂଲ୍ୟବାନ୍ । ଆଜିର ସଭ୍ୟ ସମାଜରେ ବି ଲୋକଙ୍କ ମନରେ ଘର କରି ରହିଛି କଳା ଗୋରାର ଭେଦଭାବ । ଝିଅର ରଙ୍ଗ କଳା, ଯେଉଁଥି ପାଇଁ ଭାଙ୍ଗି ଯାଇଛି ପରିବାର । ସ୍ୱାମୀ ପାସୋରି ଦେଇଛି ୯ ବର୍ଷର ସମ୍ପର୍କ ତା ସହ ପିତାର କର୍ତ୍ତବ୍ୟକୁ ମଧ୍ୟ ଅଣଦେଖା କରିଦେଇଛି । ଏ ରଙ୍ଗିନ୍ ଦୁନିଆରେ ଯେମିତି ହଜିଯାଇଛି ମାନବିକତା । ଦେହର ରଙ୍ଗ ପାଇଁ ୭ ବର୍ଷ ଧରି ନିଜ ଝିଅ ଓ ସ୍ତ୍ରୀକୁ ମାଡ଼ ମାରିବା ସହ ଖାଇବା ପାଇଁ ଦେଉ ନଥିଲା ନିଷ୍ଠୁର ବାପା । ଏପରି ଅମାନବୀୟ ଘଟଣା ଦେଖିବା ପାଇଁ ମିଳିଛି ବାଲେଶ୍ୱର ସିଂଲା ତଜବା ଗାଁରେ ।

ସୂଚନାଅନୁଯାୟୀ, ଚନ୍ଦନ ଦାସ ନାମକ ଜଣେ ବ୍ୟକ୍ତି ୨୦୧୩ରେ ବସ୍ତା ଜନ୍ତିକାପାଳ ଗାଁର ଜ୍ୟୋସ୍ନା ଦାସଙ୍କୁ ବିବାହ କରିଥିଲେ । ବିବାହର ଦୁଇ ବର୍ଷ ପର୍ଯ୍ୟନ୍ତ ସବୁକିଛି ଠିକ୍ ଚାଲିଥିଲା । ଦୁଇ ବର୍ଷ ପରେ ଝିଅ ଜନ୍ମ ପରେ ଆରମ୍ଭ ହୋଇଥିଲା ଘରୋଇ କଳହ । ଝିଅର ରଙ୍ଗ କଳା ହୋଇଥିବାରୁ ପରିବାର ପକ୍ଷରୁ ଉଭୟ ମା' ଝିଅଙ୍କୁ ନିର୍ଯାତନା ଦିଆଯାଉଥିଲା ବୋଲି ଅଭିଯୋଗ କରିଛନ୍ତି ଜ୍ୟୋସ୍ନା ।
ଶେଷରେ ବିବାହର ୯ ବର୍ଷ ପରେ ନିଜ ସ୍ତ୍ରୀ ଓ ଝିଅକୁ ଘରୁ ବାହାର କରିଦେଇଛନ୍ତି ଚନ୍ଦନ ଦାସ । ଏବେ ଉଭୟ ମା' ଝିଅ ନ୍ୟାୟ ଆଶାରେ ଘର ବାହାରେ ଧାରଣାରେ ବସିଛନ୍ତି । ଗାଁ ଲୋକେ ମଧ୍ୟ ଏହି ମାମଲାକୁ ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ ହେଲେ ନିଷ୍ଠୁର ବାପା କାହାରି କଥା ଶୁଣିବା ପାଇଁ ନାରାଜ୍ ।












Click it and Unblock the Notifications