୩ ଜଣ ପୁଅଙ୍କୁ ବଞ୍ଚାଇବା ପାଇଁ ନଦୀକୁ ଡେଇଁଲେ ବାପା: ମିଳିଲେ ଦୁଇ ଜଣ, ଆଉ ଜଣେ...
୩ ଜଣ ପୁଅଙ୍କୁ ବଞ୍ଚାଇବା ପାଇଁ ନଦୀକୁ ଡେଇଁଲେ ବାପା । ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ନାଗାବଳୀ ନଦୀର ଝୁଲାପୋଲ ନିକଟରେ । ୩ ଜଣ ଛୁଆ ନଦୀର ପ୍ରଖର ସ୍ରୋତରେ ଭାସିଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବାକୁ ନଦୀକୁ ଡେଇଁ ପଡ଼ିଥିଲେ ସେମାନଙ୍କ ବାପା ।
ରାୟଗଡ଼ା: ୩ ଜଣ ପୁଅଙ୍କୁ ବଞ୍ଚାଇବା ପାଇଁ ନଦୀକୁ ଡେଇଁଲେ ବାପା । ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ନାଗାବଳୀ ନଦୀର ଝୁଲାପୋଲ ନିକଟରେ । ୩ ଜଣ ଛୁଆ ନଦୀର ପ୍ରଖର ସ୍ରୋତରେ ଭାସିଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବାକୁ ନଦୀକୁ ଡେଇଁ ପଡ଼ିଥିଲେ ସେମାନଙ୍କ ବାପା । ସେ ୨ ଜଣ ଛୁଆଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଆଉ ଏକ ଛୁଆର ପତ୍ତା ମିଳୁନି । ତେବେ ନଦୀରେ ଫସିଥିବା ବାପା ଗୋପାଳକ୍ରିଷ୍ଣା ରାଓକୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିବା ବେଳେ ୬ ବର୍ଷର ପୁଅ ଅମରେଶ ରାଓ ନିଖୋଜ ଅଛନ୍ତି।

ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶ ଏଲୁରୁ ଅଞ୍ଚଳର ଗୋପାଳକ୍ରିଷ୍ଣା ନିଜ ପରିବାର ସହ ମା ମଝିଘରିଆଣି ମନ୍ଦିର ଦର୍ଶନ ପାଇଁ ଆସିଥିଲେ। ଦର୍ଶନ ପରେ ସଭିଏଁ ନାଗାବଳୀ ନଦୀ ଉପରେ ଥିବା ଝୁଲା ବ୍ରିଜ ବୁଲିବାକୁ ଯାଇଥିଲେ। କିଛି ସମୟ ବ୍ରିଜ ଉପରେ ବୁଲିବା ପରେ ନଦୀ ତଳକୁ ଓହ୍ଲାଇଥିଲେ। ନିଖୋଜ ଶିଶୁ ଅମରେଶ ନଦୀରେ ହାତ ଧୋଉଥିବା ବେଳେ ତଳକୁ ଖସି ଯାଇଥିଲେ।
ଚିତ୍କାର ଶୁଣି ବାପା ଗୋପାଳକ୍ରିଷ୍ଣା ପୁଅକୁ ବଞ୍ଚାଇବା ପାଇଁ ନଦୀକୁ ଡେଇଁଥିଲେ ମଧ୍ୟ ପ୍ରଖର ସ୍ରୋତରେ ଭାସି ନିଖୋଜ ହୋଇ ଯାଇଥିଲେ। ପ୍ରବଳ ପାଣି ଯୋଗୁ ବାପା ମଧ୍ୟ ନଦୀରେ ଭାସି ଯାଇଥିଲେ। ଏକ ପଥରକୁ ଧରି ବାପା ନିଜ ଜୀବନ ବଞ୍ଚାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଓ ରାୟଗଡ଼ା ପୁଲିସ ପହଞ୍ଚି ବାପା ଗୋପାଳକ୍ରିଷ୍ଣାଙ୍କୁ ଉଦ୍ଧାର କରିଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ଏଯାବତ ନିଖୋଜ ପୁଅର ସନ୍ଧାନ ମିଳିପାରିନି।
ସୂଚନାଯୋଗ୍ୟ, ନାଗାବଳୀ ନଦୀ ଝୁଲାପୋଲ ନିକଟରେ ନଦୀର ସ୍ରୋତ ପ୍ରଖର ରହୁଥିବା ବେଳେ ତାହାକୁ ଡେଞ୍ଜର ଜୋନ୍ ବୋଲି ଘୋଷଣା କରାଯାଇଛି। ଏହାସତ୍ତ୍ୱେ ସେଠାରେ କୌଣସି ସୂଚନା ଫଳକ ଲାଗି ନଥିବାରୁ ଅନେକ ସମୟରେ ପର୍ଯ୍ୟଟକମାନେ ମୃତ୍ୟୁମୁଖରେ ପଡ଼ୁଛନ୍ତି।












Click it and Unblock the Notifications