ମର୍ମନ୍ତୁଦ ସଡକ ଦୁର୍ଘଟଣା; ଗଛରେ ପିଟି ହୋଇ ଦୁଇ ସାଙ୍ଗ ମୃତ
ଗଛରେ ପିଟି ହେଲା ବାଇକ୍ । ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ । ବଲାଙ୍ଗିର ୨୬ ଜାତୀୟ ରାଜପଥ ସଦର ଥାନା ଅନ୍ତର୍ଗତ ଖର୍ଲିକାନି ଛକରେ ଦୁର୍ଘଟଣା ଘଟିଛି । ପୋଲିସ ପହଞ୍ଚି ମୃତଦେହ ଓ ଦୁର୍ଘଟଣାଗ୍ରସ୍ତ ବାଇକ୍ ଜବତ କରିଛି ।

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ୨୬ ଜାତୀୟ ରାଜପଥ ସଦର ଥାନା ଅନ୍ତର୍ଗତ ଖର୍ଲିକାନି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ସାଙ୍ଗ ବାଇକ୍ରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା ବାଇକ୍ । ଦୁର୍ଘଟଣାରେ ଉଭୟ ସାଙ୍ଗଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଉଭୟ ମୃତକ ସଦର ଥାନା ଅନ୍ତର୍ଗତ ରତାଖଣ୍ଡି ଗାଁ ଟୁବୁଲୁ ଭୋଇ ଓ ଅମ ମହାଲିଙ୍ଗ ବୋଲି ଜଣାପଡିଛି ।












Click it and Unblock the Notifications