ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ବାପାଙ୍କ ସହ ୪ ବର୍ଷ ଝିଅର ଜୀବନ
ଡିଭାଇଡରରେ ପିଟି ହେଲା କାର୍। ଚାଲିଗଲା ବାପ-ଝିଅଙ୍କ ଜୀବନ। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଯଶୋଟିକିରୀ ଛକ ନିକଟରେ ଏନ୍ଏଚ୍ ୧୬ରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା।

ମୃତକ ଦ୍ୱୟ ହେଉଛନ୍ତି ସୁଭାଶିଷ ଗାଙ୍ଗୁଲି ଓ ତାଙ୍କ ୪ ବର୍ଷର ଝିଅ କୋଏଲ ଗାଙ୍ଗୁଲି। ସୁଭାଶିଷଙ୍କ ପତ୍ନୀ ଅର୍ପିତା ଗାଙ୍ଗୁଲି, ବାପା ନିମାଇଁ ଗାଙ୍ଗୁଲି ଓ ମା' ରାକ୍ଷୀ ଗାଙ୍ଗୁଲି ଗୁରୁତର ଆହତ ହୋଇଛନ୍ତି। ଖଡ଼ଗପୁରରେ ତାଙ୍କ ଶ୍ୱଶୁର ଘର। ଗୋଆରୁ ଖଡ଼ଗପୁର ଅଭିମୁଖେ ଯାଉଥିବା ବେଳେ ସେମାନେ ପୁରୀ ମଧ୍ୟ ଯାଇଥିଲେ।
ଯଶୋଟିକିରୀ ଛକ ନିକଟରେ କାରଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କାରରେ ଥିବା ୫ ଜଣ ଯାତ୍ରୀଙ୍କୁ ଭଣ୍ଡାରିପୋଖରୀ ଅଗ୍ନିଶମ ବାହନୀ ଉଦ୍ଧାର କରି ପ୍ରଥମେ ଭଣ୍ଡାରିପୋଖରୀ ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରେ ସୁଭାଷିଶ ଗାଙ୍ଗୁଲି ଓ ତାଙ୍କ ଝିଅଙ୍କୁ ମୃତ ଘୋଷଣା କରାଯାଇଥିଲା।












Click it and Unblock the Notifications