ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଜୀବନ୍ତ ଜଳିଗଲେ କଣ୍ଟେନର ଡ୍ରାଇଭର

ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଟୋଲଗେଟକୁ ଧକ୍କା ଦେଇ ହୁତୁ ହୁତୁ ହୋଇ ଜଳିଗଲା କଣ୍ଟେନର । ଆଉ କଣ୍ଟେନର ନିଆଁରେ ଜୀବନ୍ତ ଦଗ୍ଧ ହୋଇଗଲେ ଡ୍ରାଇଭର । କଣ୍ଟେନର ଭିତରେ ଡ୍ରାଇଭର ଜିଅନ୍ତା ପୋଡ଼ି ଯାଇଥିବା ବେଳେ ହେଲପର ମଧ୍ୟ ଜଳି ଯାଇ ଥିବା ସନ୍ଦେହ କରାଯାଉଛି । କଣ୍ଟେନରଟି ପଶ୍ଚିମବଙ୍ଗରୁ ଓଡିଶା ଭିତରକୁ ପ୍ରବେଶ ବେଳେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି । ଟୋଲଗେଟକୁ ଧକ୍କା ଦେଇ ଜଳିଯାଇଥିଲା କଣ୍ଟେନର ।

accident

ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଜଳେଶ୍ବର ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଦୁର୍ଘଟଣା ପରଠୁ ରାସ୍ତାର ଦୁଇପଟେ ଶହ ଶହ ଗାଡି ଅଟକି ରହିଛି । ବିଳମ୍ୱିତ ରାତିରେ ଡ୍ରାଇଭରର ଆଖି ଲାଗି ଯାଇ ଥିବାରୁ ଏଭଳି ଭୟଙ୍କର ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+