ହାଇୱାକୁ ଧକ୍କା ଦେଲା ବସ୍:୨ ମୃତ, ୫ ଯାତ୍ରୀ ଆହତ

ରାଉରକେଲା:ରାଉରକେଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଭୁବନେଶ୍ୱର-ରାଉରକେଲା ଯାଉଥିବା ବେଳେ ଘଟିଥିଲା ଦୁର୍ଘଟଣା । ରାସ୍ତା କଡରେ ଠିଆ ହୋଇଥିବା ଏକ ହାଇୱାକୁ ପଛପଟୁ ପଟିଥିଲା ବସଟି । ପ୍ରଭା ନାମକ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଆହତଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା ଏବଂ ପରେ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ, ପ୍ରଭା ନାମକ ଏକ ବସ୍ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ବେଳେ ଆଜି ପ୍ରାୟ ଭୋର ସମୟରେ ଏନଏଚ୧୪୩ ଚାନ୍ଦିପୋସରେ ରାସ୍ତା କଡରେ ଠିଆ ହୋଇଥିବା ଏକ ହାଇୱାକୁ ପଛପଟୁ ପଟିଥିଲା ବସଟି, ଯାହା ଫଳରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ରାଉରକେଲାର ଜଣେ ବସ ମାଲିକଙ୍କ ସହ ଜଣେ ନାବାଳିକାଙ୍କର ମୃତ୍ୟ ହୋଇଛି । ସେହିପରି ୫ ଜଣ ଗୁରୁତର ଆହତ ହୋଇଛନ୍ତି ବର୍ତ୍ତମାନ ଜୟ ପ୍ରକାଶ ଡାକ୍ତରଖାନାରେ ଚିକିତ୍ସା ଜାରି ରିହିଛି । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications