ତେଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ତ, ଅଳ୍ପକେ ବର୍ତ୍ତିଗଲେ କର୍ମଚାରୀ
ଖୋର୍ଦ୍ଧା: ଖୋର୍ଦ୍ଧାସ୍ଥିତ ଏକ ରିଫାଇନ୍ ତେଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ତ । ଏଥିରେ କାହାରି ମୃତ୍ୟୁ ଘଟିନାହିଁ ହେଲେ ଲାକ୍ଷାଧିତ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ନେଇ ଖବର ରହିଛି । ପ୍ରାଥମିକ ତଦନ୍ତ ରିପୋର୍ଟ ଅନୁସାରେ ସର୍ଟସର୍କିଟ କାରଣରୁ ଏହି ଅଗ୍ନିକାଣ୍ତ ଘଟିଛି । ଖବର ପାଇଁ ଘଟଣାସ୍ଥଳରେ ତୁରନ୍ତ ୩ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଛି ।
ଏହି ରିଫାଇନ୍ ତେଲ ଫ୍ୟାକ୍ଟ୍ରିଟି ବାଘମାରୀ ସାରୁଅ ଶିଳ୍ପାଞ୍ଚଳରେ ରହିଛି । କର୍ମଚାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ଦିନରେ କର୍ମଚାରୀ ମାନେ ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ ଗୋଦାମ ଏବଂ ଅଫିସ ରୁମରୁ ହଠାତ୍ ଧୂଆଁ ବାହାରିଥିଲା । ସର୍କିଟ ହୋଇ ନିଆଁ ଲାଗିଥିଲା । ସଙ୍ଗେ ସଙ୍ଗେ ନାଇଁ ପୁରା ଫ୍ୟାକ୍ଟ୍ରିକୁ ବ୍ୟାପିଯାଇଥିଲା ।

ତେବେ ଭୟଙ୍କର ନିଆଁ ଦେଖି ସମସ୍ତ କର୍ମଚାରୀ ବାହାରକୁ ଚାଲି ଆସିଥିଲେ । ଖବର ପାଇଁ ୩ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାରେ ନିୟୋଜିତ ହୋଇଥିଲା । ଖବର ଲେଖିବା ପର୍ଯ୍ୟନ୍ତ ନିଆଁକୁ ସମ୍ପୁର୍ଣ୍ଣ ଆୟତ କରାଯାଇ ନଥିଲା । ଏହି ଅଗ୍ନିକାଣ୍ତରେ ଲକ୍ଷାଧିକ ସାମଦ୍ରୀ ପୋଡ଼ି ଯାଇଥିବା ନେଇ ସୂଚନା ରହିଛି ।












Click it and Unblock the Notifications