• search
For Quick Alerts
Turn On Notification  
For Daily Alerts

ଆଜି ଚଣ୍ଡିଖୋଲରେ 'ମହାପଞ୍ଚାୟତ', ଓଡ଼ିଶା ଦେଖିବ ଚାଷୀ ଶୋ’

|

ଭୁବନେଶ୍ବର: ଦିଲ୍ଲୀରୁ ଓଡିଶାର ପୁରପଲ୍ଲୀ । ଦେଶର ରାଜଧାନୀ ଦିଲ୍ଲୀରୁ ଆସି ଓଡିଶାରେ ପହଞ୍ଚିଛି କୃଷକ ଆନ୍ଦୋଳନ । କୃଷି ଆଇନ ପ୍ରତିହାର ଦାବିରେ ଦିଲ୍ଲୀ ସୀମାରେ ଦୀର୍ଘ 100 ଦିନରୁ ଉର୍ଦ୍ଧ୍ବ ଜାରି ରହିଥିବା କୃଷକ ଆନ୍ଦୋଳନ ଏବେ ଓଡିଶାରେ ପହଞ୍ଚିଛି । ଆଜି ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟ ସୁଙ୍ଗୁଡ଼ା ଖେଳ ପଡ଼ିଆରେ କୃଷକଙ୍କ ମହାପଞ୍ଚାୟତ ଅନୁଷ୍ଠିତ ହେବ ।

Farmers Protest in Odisha

ତେବେ ଶୁକ୍ରବାର (ଆଜି) ହେବାକୁ ଥିବା ଏହି ମହାପଞ୍ଚାୟତରେ ସଂଯୁକ୍ତ କିଶାନ ମୋର୍ଚ୍ଚା ବଲବୀର ସିଂ ରାଜଓ୍ବଲ, ରାକେଶ ଟିକାୟତ, ଗୁରନାମ ସିଂ ଚଣ୍ଡୁନି ଏବଂ ଯୁଧବୀର ସିଂହଙ୍କ ସମେତ ଦେଶର ୧୦ରୁ ଅଧିକ ନେତୃତ୍ବ ଏହି ମହାପଞ୍ଚାୟତରେ ଯୋଗଦେବେ । ଭୁବନେଶ୍ୱରରୁ ଚଣ୍ଡିଖୋଲ ଯାଏଁ ବାଇକ ଓ କାରରେ ଶୋଭାଯାତ୍ରା ଅନୁଷ୍ଠିତ ହେବ ।

ରାକେଶ ଟିକାୟତ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଏକ ବିଶାଳ ରାଲିରେ ଯାଇ ଚଣ୍ଡିଖୋଲ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସମାବେଶରେ ୨୦ ହଜାରରୁ ଅଧିକ ଚାଷୀ ସାମିଲ ହେବେ ବୋଲି କହିଛନ୍ତି ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ଅଧକ୍ଷ ଅକ୍ଷୟ କୁମାର ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Farmers Protest in Odisha: 'Mahapanchayat' to be held today in Chandikhol
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X