ବଜ୍ରପାତରେ ଗଲା କୃଷକଙ୍କ ଜୀବନ
ପୁଣି ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା। ତଳି ରୋଇବାକୁ ଯାଇ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସ୍ୱାମୀ ସ୍ତ୍ରୀ ତଳି ରୋଇବାକୁ ଯାଇଥିବା ବେଳେ ଘଟିଛି ଏଭଳି ଘଟଣା। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବହଳଦା କଲେଜ ପଛ ପଟେ ଥିବା ବିଲରେ। ବଜ୍ରପାତରେ ମୃତ୍ୟ ବରଣ କରିଥିବା ମହିଳା ଜଣକ ତିରିଂ ଥାନା ଅନ୍ତର୍ଗତ ଭଗାବନ୍ଦୀ ଗ୍ରାମର ରାମରାଇ ଟୁଡୁଙ୍କୁ ସହଧର୍ମିଣୀ ଦୁଲାରୀ ଟୁଡୁ (55) ବୋଲି ସୂଚନା ମିଳିଛି।

ଘଟଣା ସ୍ଥାନରୁ ତିରିଂ ପୋଲିସ ଓ ବହଳଦା ପୋଲିସ ଗାଁ ଲୋକଙ୍କ ସହଯୋଗରେ ଶବ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।












Click it and Unblock the Notifications