୧୨ହଜାର ହେବ ଚାଷୀଙ୍କ ଆୟ; ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ
ନୂଆ ସରକାରରେ ହୋଇନି ଗୋଟିଏ ବି ଚାଷୀ ଆତ୍ମହତ୍ୟା । ବିଧାନସଭାରେ କଂଗ୍ରେସ ବିଧାୟକ ସାଗର ଚରଣ ଦାସଙ୍କ ଅଣତାରକା ପ୍ରଶ୍ନରେ ଲିଖିତ ଉତ୍ତର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ। ଗତବର୍ଷ କେତେ ଚାଷୀଙ୍କ ମୃତ୍ୟୁ ହୋଇଛି , କେତେ ଚାଷୀ ଆତ୍ମହତ୍ୟା କରିଛନ୍ତି, ରୁଣ ଭାରରେ ଚିନ୍ତାଗ୍ରସ୍ତ ହୋଇ କେତେ ଚାଷୀ ଜୀବନ ହାରିଛନ୍ତି ବୋଲି ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ। ଯାହାର ଲିଖିତ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ୨୦୨୪-୨୫ରେ ଗୋଟିଏ ବି ଚାଷୀ ଆତ୍ମହତ୍ୟାର ସୂଚନା ନାହିଁ । ଚାଷ ଭାର ନେଇ କୌଣସି ଚାଷୀ ଆତ୍ମହତ୍ୟା କରି ନଥିବା କହିଛନ୍ତି ମନ୍ତ୍ରୀ ।













Click it and Unblock the Notifications