ମନ୍ତ୍ରୀଙ୍କ ବଡ ଘୋଷଣା; ବଢିବ ଚାଷୀ ପଞ୍ଜୀକରଣ ସମୟସୀମା

ଚାଷୀ ପଞ୍ଜୀକରଣ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ। ବଢିବ ଚାଷୀ ପଞ୍ଜୀକରଣ ସମୟସୀମା । ଚାଷୀ ପଞ୍ଜୀକରଣ ଲାଗି ଶେଷ ତାରିଖ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ରହିଛି । ଯଦି କିଛି ଅଭିଯୋଗ ଆସେ ସର୍ଭର ଡାଉନ କାରଣରୁ ପଞ୍ଜୀକରଣ ହୋଇପାରୁନାହିଁ ତେବେ ସମୟସୀମା ବୃଦ୍ଧି କରିବେ ସରକାର ।

krushna patra

ଅଣ୍ଡରଟେକିଙ୍ଗ ଦେଇ ଚାଷୀ କରିବେ ପଞ୍ଜୀକରଣ । ପଞ୍ଜୀକରଣ ଲାଗି ସମସ୍ୟାର ସମାଧାନ କରିଦିଆଯାଇଛି । ଯେଉଁ ଚାଷୀମାନଙ୍କର ରେକର୍ଡ ବାପା, ଜେଜବାପାଙ୍କ ନାମରେ ଥିବ ସେମାନେ ଅଣ୍ଡରଟେକିଙ୍ଗ ଫର୍ମ ଦାଖଲ କରି ପଞ୍ଜୀକରଣ କରିପାରିବେ। ତେଣୁ ଚାଷୀ ଆନ୍ଦୋଳନର କାରଣ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ସରକାର ଚାଷୀଙ୍କ ହିତ ପାଇଁ କାମ କରୁଛନ୍ତି । ଏ ସରକାରରେ ଚାଷୀଙ୍କର କୌଣସି ଅସୁବିଧା କରାଯିବ ନାହିଁ । ଯେଉଁମାନେ ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଥିବେ ସେମାନେ ନିରାଶ ହେବେ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+