For Quick Alerts
Turn On Notification  
For Daily Alerts
Oneindia App Download

ଓଡ଼ିଶାରେ ଚକା ଜାମର ପ୍ରଭାବ : ଯାନବାହନ ଚଳାଚଳ ବାଧାପ୍ରାପ୍ତ

ନବ ନିର୍ମାଣ କୃଷକ ସଂଗଠନ, କିଷାନ୍ ମଜଦୁର ମହାସଂଘ, ସଂଯୁକ୍ତ ମଜଦୁର ମୋର୍ଚ୍ଚା, ଭାରତ କିଷାନ୍ ମଜଦୁର ୟୁନିୟନ୍, ଏଆଇଟିୟୁସି ଓ ଅନ୍ୟ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚକା ଜାମ୍ କରାଯାଇଛି ।

|

ଭୁବନେଶ୍ୱର : ଆଜିର କୃଷକ ସଙ୍ଗଠନ ଦେଇଥିବା ତିନି ଘଣ୍ଟିଆ ଚକା ଜାମ୍ ର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି । ରାଜ୍ୟରେ ବିଭିନ୍ନ ସ୍ଥାନରେ ଚାଷୀଙ୍କ ତିନିଘଣ୍ଟିଆ ଚକାଜାମ୍ ଆରମ୍ଭ ହୋଇଛି । ନବ ନିର୍ମାଣ କୃଷକ ସଂଗଠନ, କିଷାନ୍ ମଜଦୁର ମହାସଂଘ, ସଂଯୁକ୍ତ ମଜଦୁର ମୋର୍ଚ୍ଚା, ଭାରତ କିଷାନ୍ ମଜଦୁର ୟୁନିୟନ୍, ଏଆଇଟିୟୁସି ଓ ଅନ୍ୟ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚକା ଜାମ୍ କରାଯାଇଛି । ଦେଶବ୍ୟାପୀ ଅଖଚକ ଜାମକୁ ସମର୍ଥନ କରି ଆଜି ମାଷ୍ଟରକ୍ୟାଣ୍ଟିନରେ ଏଆଇଟିୟୁସି ଓ ବିକେଏମୟୁର ଶତାଧିକ ଚାଷୀ ଓ ଶ୍ରମିକ ଏକାଠି ହୋଇ ରାସ୍ତାକୁ ଓହ୍ଲାଇଛନ୍ତି ଓ ଆନ୍ଦୋଳନକୁ ଜୋରଦାର କରୁଛନ୍ତି ।

Chaka-Jam-Odisha

ସୂଚନା ଅନୁଯାୟୀ, କଟକ- ଭୁବନେଶ୍ୱର ରାସ୍ତାରେ ହଂସପାଳଠାରେ ଜାତୀୟ ରାଜପଥରେ ଚାଷୀଙ୍କ ଚକାଜାମ୍ ଜାରି ରହିଛି । ଏହାଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଜାତୀୟ ରାଜପଥର ଉଭୟ ପଟେ ଶହଶହ ସଂଖ୍ୟକ ଗାଡ଼ି ଅଟକି ରହିଛି । ଏଥିସହିତ କଟକର ମଧୁପାଟଣା ଛକଠାରେ ଜାତୀୟ ରାଜପଥରେ ଚାଷୀଙ୍କ ଚକାଜାମ୍ ଆରମ୍ଭ ହୋଇଛି । ସେଠାରେ ଶତାଧିକ ଚାଷୀ ରାସ୍ତା ଅବରୋଧ କରିଥିବାର ଖବର ମିଳିଛି ।

ଚାଷୀ ସଂଗଠନଗୁଡ଼ିକ ଚକା ଜାମ୍କୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସମର୍ଥନ ଜଣାଇଛି । ଫଳରେ ଚାଷୀମାନଙ୍କର ଏହି ଆନ୍ଦୋଳନକୁ ରାଜ୍ୟ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇ ରାଜରାସ୍ତାକୁ ଓହ୍ଲାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Farmer Protest : Chaka Jam In Odisha.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X