୧୬ରେ ଦେଶବ୍ୟାପୀ ଟ୍ରାକ୍ଟର ରାଲି କରିବେ କୃଷକ ,ଘୋଷଣା କଲେ ଏହି ଚାଷୀ ନେତା

ପଞ୍ଜାବର ଆନ୍ଦୋଳନରତ କୃଷକମାନେ ଦିଲ୍ଲୀ ଚଲୋ ଡାକରାକୁ ପୁଣି ଗୋଟିଏ ଦିନ ସ୍ଥଗିତ ରଖିଛନ୍ତି। ଆମ ସମ୍ବାଦଦାତା ଜଣାଇଛନ୍ତି ଶମ୍ଭୁ ଚେକ୍‍ପଏଣ୍ଟଠାରେ ହରିଆଣା ପୁଲିସ୍‍ ଦ୍ୱାରା ପ୍ରୟୋଗ କରାଯାଇଥିବା ଲୁହବୁହା ବାଷ୍ପ ଏବଂ ପାଣିମାଡ଼ କରାଯାଇଥିବା ଯୋଗୁଁ କେତେକ କୃଷକ ଆହତ ହୋଇଥିବାରୁ ଏହି ଦିଲ୍ଲୀ ଚଲୋ ଡାକରା ଅଭିଯାନକୁ ସ୍ଥଗିତ କରାଯାଇଛି।

ଇତିମଧ୍ୟରେ୧୮ ଦିନ ଧରି ଅନଶନରେ ବସିଥିବା କୃଷକ ନେତା ଜଗଜିତ୍‍ ସିଂହ ଡାଲେବାଲାଙ୍କୁ ଡାକ୍ତରୀ ସହାୟତା ସୁନିଶ୍ଚିତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପଟିଆଲା ଡେପୁଟି କମିଶନର ଏବଂ ଜିଲ୍ଲା ପୁଲିସ ମୁଖ୍ୟ ଶ୍ରୀ ଡାଲେବାଲାଙ୍କୁ ଆଜି ସାକ୍ଷାତ କରିଛନ୍ତି। କୃଷକମାନେ ପଞ୍ଜାବ ଏବଂ ହରିଆନା ମଧ୍ୟ-ସୀମାନ୍ତ ଶମ୍ଭୁ ଏବଂ କାନୌରୀଠାରେ ଗତ ଫେବୃୟାରୀ ୧୩ ତାରିଖଠାରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ଋଣଛାଡ଼ ଦାବି ନେଇ ଆନ୍ଦୋଳନ କରିଆସୁଛନ୍ତି।

ଏହାରି ମଧ୍ୟରେ ଚାଷୀ ନେତା ସରଓ୍ବନ ସିଂହ ପନ୍ଧେର ଦେଶବ୍ୟାପୀ ଟ୍ରାକ୍ଟର ରାଲି କରିବାକୁ ଆହ୍ବାନ ଦେଇଛନ୍ତି । ସେ କହିଛନ୍ତି, 'ଡିସେମ୍ବର ୧୬ (ସୋମବାର)ରେ ପଞ୍ଜାବ ବ୍ୟତୀତ ଦେଶର ବାକି ରାଜ୍ୟରେ ଟ୍ରାକ୍ଟର ମାର୍ଚ୍ଚ ହେବ । ଏହା ପରେ ଡିସେମ୍ବର ୧୮ରେ ୧୨ରୁ ୩ଟା ପର୍ଯ୍ୟନ୍ତ ପଞ୍ଜାବରେ ରେଳ ରୋକ କରାଯିବ ।' ସେ କୃଷକମାନଙ୍କୁ ପ୍ଲାଟଫର୍ମ ଏବଂ ରେଳ ଫାଟକ ସବୁ ବନ୍ଦ କରିବାକୁ ଆହ୍ବାନ କରିଛନ୍ତି । ସେପଟେ ହରିୟାଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ ଯୋଗୁଁ ୧୭-୧୮ କୃଷକ ଆହତ ହୋଇଛନ୍ତି ବୋଲି ସେ ଦାବି କରିଛନ୍ତି ।

farmer protest

କୃଷକ ନେତା ଆହୁରି କହିଛନ୍ତି ଯେ, 'ଆମ ଦେଶର ୫୦ ପ୍ରତିଶତ ଲୋକ ଚାଷ ସହ ଜଡ଼ିତ । ସେମାନଙ୍କ ସ୍ବରକୁ ଚାପି ଦିଆଯାଇ ପାରିବ ନାହିଁ । ମିଳିତ କୃଷକ ମୋର୍ଚ୍ଚାର ସଂଯୋଜକ ଜଗଜୀତ ସିଂହ ଖନୌରି ଆମରଣ ଅନଶନରେ ବସିଛନ୍ତି । ତାଙ୍କର ସ୍ବାସ୍ଥ୍ୟବସ୍ଥା ଖରାପ ହେଉଥିବା ନେଇ ସମସ୍ତେ ଜାଣିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+