ବିଧାନସଭା ଆଗରେ ପୁଣି ଆତ୍ମାହୁତି ଉଦ୍ୟମ : ମନ୍ତ୍ରୀଙ୍କ ନାଁ ନେଇ କିରୋସିନି ଢାଳି ହେଲେ 3 ଚାଷୀ
ବିଧାନସଭା ସାମ୍ନାରେ ତିନି ଜଣ ଚାଷୀ ଆତ୍ମାହୁତି ଉଦ୍ୟମ କରିଛନ୍ତି ।
ଭୁବନେଶ୍ୱର : ବିଧାନସଭାରେ ପରୀ ପ୍ରସଙ୍ଗ ଥମୁ ନଥିବା ବେଳେ ବାହାରେ ଚାଷୀଙ୍କର ଆନ୍ଦୋଳନ ତେଜିବାରେ ଲାଗିଛି । ଆଜି ପୁଣି ବିଧାନସଭା ସାମ୍ନାରେ ତିନି ଜଣ ଚାଷୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ବିଧାନସଭା ଫାଟକ ଆଗରେ ତିନି ଜଣ ଚାଷୀ ଦେହରେ କିରୋସିନି ଢାଳି ଆତ୍ମାହୁତି ଦେବାକୁ ଉଦ୍ୟମ କରିଛନ୍ତି । ତେବେ ପୁଲିସ ସେମାନଙ୍କୁ କାବୁ କରି ନେଇଛି । ଆତ୍ମାହୁତି ଉଦ୍ୟମ କରିଥିବା ଚାଷୀଙ୍କ ଘର ଆଠଗଡ଼ ବୋଲି ସୂଚନା ମିଳିଛି ।

ସେମାନଙ୍କ ନାଁରେ ବ୍ୟାଙ୍କରୁ ଋଣ ଉଠାଇଯାଇଥିବା ବେଳେ ଏନେଇ ସେମାନେ ବାରମ୍ଭାର ଅଭିଯୋଗ କରିବା ସତ୍ତ୍ୱେ କେହି ଶୁଣୁନଥିବା କହିଛନ୍ତି । ଆତ୍ମାହୁତି ଦେଇଥିବା ଚାଷୀମାନେ ମନ୍ତ୍ରୀ ରାଜା ସ୍ୱାଇଁଙ୍କର ନାଁ ନେଇଛନ୍ତି । ଏହାକୁ ନେଇ ଚର୍ଚ୍ଚା ଯୋର୍ ଧରିଛି । ତେବେ ସେମାନଙ୍କର ଅଭିଯୋଗ ଓ ଆତ୍ମାହୁତି ଉଦ୍ୟମ ନେଇ ପୁଲିସ ସେମାନଙ୍କୁ ପଚରାଉଚରା କରୁଥିବା ଜଣାପଡିଛି ।












Click it and Unblock the Notifications