କରୋନା କଟକଣା ମଧ୍ୟରେ ପାଳନ ହେଲା ଶୁଳିଆ ଯାତ୍ରା, ରକ୍ତରଞ୍ଜିତ ହେଲା ଶୁଳିଆ ପୀଠ

କରୋନା କଟକଣା ମଧ୍ୟରେ ପାଳନ ହୋଇଯାଇଛି ବଲାଙ୍ଗୀରରେ ଜିଲ୍ଲା ଦେଓଗାଁ ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଖଇରଗୁଡା ଗାଁରେ ପ୍ରସିଦ୍ଧ ଶୁଳିଆ ଯାତ୍ରା ।

ବଲାଙ୍ଗୀର: କରୋନା କଟକଣା ମଧ୍ୟରେ ପାଳନ ହୋଇଯାଇଛି ବଲାଙ୍ଗୀରରେ ଜିଲ୍ଲା ଦେଓଗାଁ ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଖଇରଗୁଡା ଗାଁରେ ପ୍ରସିଦ୍ଧ ଶୁଳିଆ ଯାତ୍ରା । ରକ୍ତ ରଞ୍ଜିତ ହୋଇଛି ଶୁଳିଆ ପୀଠ । କୋଭିଡ କଟକଣା ସତ୍ତେ୍ୱ ହଜାର ହଜାର ପଶୁପକ୍ଷୀଙ୍କୁ ବଳି ଦିଆଯାଇଛି ।

ଶୁଳିଆ ଯାତ୍ରା

ପୂର୍ବରୁ ବଳି ରୋକିବାରେ ବିଫଳ ହୋଇ ଆସୁଥିବା ଜିଲ୍ଲା ଓ ପୁଲିସ ପ୍ରଶାସନ ଆଦିବାସୀଙ୍କ ରୀତିନୀତି ଆଗରେ ହାର ମାନିଛି । ହଜାର ହଜାର ପଶୁ ପକ୍ଷୀ ଏଠାରେ ବଳି ଚଢିଛନ୍ତି । ପ୍ରତିବର୍ଷ ପୌଷ ମାସରେ ପାଳିତ ହୁଏ ଶୁଳିଆ ଯାତ୍ରା । ବଳିପ୍ରଥା ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ବୈଠକରେ ଅନୁରୋଧ କରିଥିଲେ ବି ବଳି ନେଇ ଜିଦରେ ଅଟଳ ଥିଲା କମିଟି । ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+