ପାଳିତ ହେଲା ପୁରାଣ ପ୍ରସିଦ୍ଧ ଓଳକଣା ମେଳଣ
କଟକ ଜିଲ୍ଲା ଓଳକଣା ପଡିଆଠାରେ ଆଜି ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ପାଳିତ ହୋଇଯାଇଛି ପୁରାଣ ପ୍ରସିଦ୍ଧ ଓଳକଣା ମେଳଣ ।

କଟକ: ସ୍ଥାନୀୟ ଓଳକଣା ପଡିଆଠାରେ ଆଜି ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ପାଳିତ ହୋଇଯାଇଛି ପୁରାଣ ପ୍ରସିଦ୍ଧ ଓଳକଣା ମେଳଣ । କଟକ ଜିଲ୍ଲାର ଶେଷସୀମା କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ସମ୍ମିଳିତ ସଙ୍ଗମ ସ୍ଥଳଠାରେ କାହିଁ କେଉଁ କାଳରୁ ହୋଇ ଆସୁଛି ଏହି ମେଳଣ ।
କୋଭିଡ କଟକଣା ହଟିବା ପରେ ଚଳିତ ଥର ବଡ ଧୁମଧାମରେ ପାଳିତ ହୋଇଛି ମେଲଣ । ଓଡ଼ିଶାର କୋଣ ଅନୁକୋଣରୁ ପ୍ରାୟ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା ହରିହର ଦର୍ଶନ ପାଇଁ । ସୁରକ୍ଷା ନିମନ୍ତେ ମାହାଙ୍ଗା ଓ ଡେରାବିଶ ପୋଲିସ୍ ସମେତ ଓଳ କଣା ମେଳଣ କମିଟି ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଏହି ଅବସରରେ ବହୁ ଉଠା ଦୋକାନୀ ନିଜର ବ୍ୟବସାୟ ପ୍ରତିଷ୍ଠାନ ବସାଇ ଥିଲେ ।
ଓଳକଣା ମେଳଣ ଇତିହାସ
କଥାରେ ଅଛି 'ଓଳକଣା ମେଳନ, ଆଳି ରାଜା ଝୁଲଣ, ଅସୁରେଶ୍ୱର ରାମନବମୀ, ପୁରସ୍ତମ ଚନ୍ଦନ'। ପୂରଣ ଯୁଗର କଥା, ପଞ୍ଚୁ ପାଣ୍ଡବ ମାନେ ପଶା ଖେଳରେ କୌରବମାନଙ୍କ ଠାରୁ ହାରି ଯିବା ଫଳରେ ୧୨ ବର୍ଷ ଅଜ୍ଞାତ ବନବାସରେ ରହି ଯେତେବେଳେ ଫେରିଲେ, ହସ୍ତିନା ପୁରକୁ ସେତେବେଳେ ତାଙ୍କୁ କୌଣସି ପଡ଼ା ଦିଆଯାଇ ନଥିଲା ରହିବା ପାଇଁ । ଶ୍ରୀକୃଷ୍ଣ ପାଣ୍ଡବ ମାନଙ୍କ ପାଇଁ କୌରବ ରାଜା ଦୂର୍ଯ୍ୟୋଧନଙ୍କ ପାଖକୁ ଯାଇଥିଲେ ଏମାନଙ୍କୁ ୫ ଗୋଟି ପଡ଼ା ପାଇଁ ଭିକ୍ଷା ମାଗିଥିଲେ। କିନ୍ତୁ ଦୁର୍ଯ୍ୟୋଧନ କହିଥିଲେ ବିନା ଯୁଦ୍ଧେ ଦେବି ନାହିଁ । ମହାପ୍ରଭୁ ଶ୍ରୀକୃଷ୍ଣ ମନ ଦୁଃଖର ଫେରିଆସି ଓଳକଣା ପଡିଆ ଠାରେ ବିଦୁରଙ୍କ ଆଶ୍ରମଠାରେ ପହଞ୍ଚିଥିଲେ।
ବିଦୁର ମହାପ୍ରଭୁ ଶ୍ରୀକୃଷ୍ଣଙ୍କୁ ଶାଗ ଭାତ ଦେଇ ତାଙ୍କ କ୍ଷୁଧା ମେଣ୍ଟାଇ ଥିଲେ। ଶ୍ରୀକୃଷ୍ଣ ଭକ୍ତ ବିଦୁରଙ୍କୁ କହିଥିଲେ, କି ବର ମାଗୁଛୁ ମାଗ । ବିଦୁର କହିଲେ ପ୍ରଭୁ ମୁଁ ତୁମକୁ ହର ଆଉ ହରି ରୂପରେ ଦେଖିବା ପାଇଁ ଚାହୁଁଚି । ପ୍ରଭୁ ଶ୍ରୀକୃଷ୍ଣ କହିଲେ, ତୁମକୁ ଅପେକ୍ଷା କରି ବାକୁ ପଡ଼ିବ, ମୁଁ ଫଗୁ ଚତୁର୍ଦ୍ଦଶୀ ରାତି ଓ ପୂର୍ଣ୍ଣିମା ସକାଳୁ ମୁଁ ଦର୍ଶନ ଦେବି। ସେହି ପରମ୍ପରାକୁ ରକ୍ଷା କରି ଭଦ୍ରେଶ୍ୱର ବିମାନରେ ହର ଆଉ ହରି ବେଶରେ ଓଳକଣା ପଡିଆକୁ ଆସିଥାନ୍ତି । ଭକ୍ତ ବିଦୁର ମାଗିଥିବା ବର ଅନୁସାରେ ତାଙ୍କୁ ଦର୍ଶନ କରନ୍ତି ।
ଶ୍ରୀ ବୀରଭଦ୍ରେଶ୍ବର ଙ୍କ ପୀଠରୁ ଆସୁଥିବା ଏହି ପୁଷ୍ପକ ବିମାନରେ ରାଧାକୃଷ୍ଣଙ୍କ ବିଗ୍ରହ ସହ "ହର" ଙ୍କୁ ଦ୍ଵାରପାଳ ରୂପେ ଜଗିବା ପାଇଁ ତମ୍ବା ନିର୍ମିତ ଦୁଇଟି ନାଗ ବିଗ୍ରହ ସ୍ଥାପନ କରାଯାଏ। ଏହି ବିମାନ ସହ ୧୦୮ ଘଣ୍ଟୁଆ ଘଣ୍ଟ ନାଦ କରି ପ୍ରଭୁଙ୍କୁ ପାଛୋଟି ଆଣନ୍ତି ମେଲଣ ପଡିଆକୁ। ଆଧ୍ୟାତ୍ମିକ ର ପରିବେଶ ସୃଷ୍ଟି ହୁଏ ସମଗ୍ର ଅଞ୍ଚଳରେ।
ଆଉ ଭକ୍ତ ବିଦୁର ମାଗିଥିବା ବର ଅନୁସାରେ ଶ୍ରୀକୃଷ୍ଣ ଆଜିର ଦିନର ବ୍ରାହ୍ମ ମୁହୂର୍ତ୍ତରେ "ହରିହର" ରୂପେ ଦର୍ଶନ ଦିଅନ୍ତି । ଶତାଧିକ ବିମାନରେ କେବଳ ରାଧା କୃଷ୍ଣ ଆସୁଥିବାବେଳେ କେବଳ ଗୋଟିଏ ବିମାନରେ ହର ଓ ହରି ଆସିଥାନ୍ତି l ଏହି ପରମ୍ପରା କାହିଁ କେଉଁ ପୁରାଣ ଯୁଗରୁ ପ୍ରଚଳିତ ହୋଇ ଆସୁଅଛି। ସବୁଠାରୁ ବଡ଼ କଥା ହେଲା, ଏହି ଓଳକଣା ମେଲଣ ପଡିଆ କୁ ଯେତେ ବିମାନ ଆସିଥାନ୍ତି କାହାରିକୁ ନିମନ୍ତ୍ରଣ କରାଯାଇ ନଥାଏ, କି ବିଦାକି ଦିଆ ଯାଇନଥାଏ। ଏଠି ଭକ୍ତ ଆଉ ଭଗବାନ ସମସ୍ତେ ଏକକାର ।
ଏହି ଓଳକଣା ପଡିଆ କୁ ପୂର୍ବ ଦିଗରୁ ଆଳି ରାଜାଘର ବିମାନ ଙ୍କ ସହ ମା' ଲକ୍ଷ୍ମୀ ଠାକୁରାଣୀ ଙ୍କ ବିମାନ ପ୍ରବେଶ କଲା ପରେ ଅନ୍ୟ ବିମାନ ପ୍ରବେଶ କରିଥାନ୍ତି । ପଶ୍ଚିମ ଦିଗରୁ ଲଳିତଗିରି ବିମାନ ପ୍ରବେଶ କଲା ପରେ ଅନ୍ୟ ବିମାନ ପ୍ରବେଶ କରନ୍ତି l ସେହିପରି ଉତ୍ତରଦିଗରୁ ଓଳାସୁଣୀ ବିମାନ ସହ ମିଶ୍ର ଘର ବିମାନ ପଡିଆକୁ ପ୍ରବେଶ କଲାପରେ ଶେଷରେ ଅନ୍ୟ ବିମାନ ପ୍ରବେଶ କରିଥାନ୍ତି । ସେହିପରି ଦକ୍ଷିଣ ଦିଗରୁ ମଣ୍ଡୁଅ ବିମାନ ପ୍ରବେଶ କଲା ପରେ ଅନ୍ୟ ବିମାନ ସବୁ ପ୍ରବେଶ କରନ୍ତି l ସମସ୍ତ ବିମାନ ପଡ଼ିଆରେ ଥିବା ହର ଆଉ ହରି ଙ୍କ ଦ୍ଵାର ଦେଇ ପ୍ରବେଶ କରନ୍ତି l ସମସ୍ତ ବିମାନ କୁ ପାରମ୍ପରିକ ପଟୁଆରରେ ପଡିଆକୁ ପ୍ରବେଶ କରନ୍ତି l ଯଥା ଘଣ୍ଟ ଘଣ୍ଟା , କୀର୍ତ୍ତନ , ଷେଣ୍ଢ ନାଚ, ଡିବି ଝାଡ଼ ଓ ମଶାଲ ବତି ଶହ ଆତାସବାଜି ସହ ଯେତେବଳେ ପଡ଼ିଆରେ ପ୍ରବେଶ ହୋଇଥାଏ ସେତେବେଳେ ଆଧ୍ୟାତ୍ମିକ ଭାବବେଗ ର ପରିବେଶ ସୃଷ୍ଟି ହୋଇଥାଏ। ଶେଷରେ ବୀର ଭଦ୍ରେଶ୍ୱର ଙ୍କ ବିମାନ ଆସିଲା ପରେ ବିଦୁର ଙ୍କ ନିକଟରେ ଆଳତି ଏକା ସାଙ୍ଗରେ ହେଲା ପରେ ମେଳଣ କାର୍ଯ୍ୟ ସମାପନ ହୋଇଥାଏ l
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications