ଆଜିଠୁ ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା
Maa Budhi Thakurani Jatra 2025: ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା ଆରମ୍ଭ । ଆଜି ମଧ୍ୟରାତ୍ରରେ ଆରମ୍ଭ ହେବ ମା'ବୁଢୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା । ମାଆଙ୍କ ଆସ୍ଥାୟୀ ପୀଠକୁ ସଜ୍ୱିତ କରାଯାଇଛି । ରଙ୍ଗ ବେରଙ୍ଗ ଫୁଲରେ ମାଆଙ୍କ ଆସ୍ଥାୟୀ ପୀଠକୁ ସଜାଯାଉଛି । ଆଜି ସନ୍ଧ୍ୟା ୫ଟାରେ ମା'ଙ୍କ ଯାତ୍ରା ନେଇ ଚାଙ୍ଗୁଡି ପୂଜା ହେବ । ରାତ୍ର ୧୧ଟା ସମୟରେ ଦେଶୀ ବେହେରା ସାହିରୁ ଏକ ବିରାଟ ପଟୁଆରରେ ମା'ଙ୍କ ମନ୍ଦିରରେ ପହଞ୍ଚିବେ ମା'ଙ୍କ ବାପାଙ୍କ ସମେତ ସହରବାସୀ ।
ଅସ୍ଥାୟୀ ମଣ୍ଡପରେ ସ୍ବତନ୍ତ୍ର ବିଧିରେ ସାଆନ୍ତାଣୀଙ୍କ ପୂଜାର୍ଚ୍ଚନା କରାଯିବ । ଶଙ୍ଖ, ଚାଙ୍ଗୁ, ଢୋଲ ବାଜାରେ ଉତ୍ସବମୁଖର ହୋଇପଡିବ ବ୍ରହ୍ମପୁର । ଅସ୍ଥାୟୀ ପୀଠରେ ମା'ଙ୍କ ଆଜ୍ଞାମାଳ ସ୍ଥାପନ ପରେ ଆରମ୍ଭ ହେବ ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା ।

ମାଆଙ୍କ ବାପଘର ଦେଶିବେହେରାଙ୍କ ସାହିରେ ରୀତିନୀତି ଅନୁଯାଇ ପରମ୍ପରା ପାଳନ କରାଯିବ । ପଟୁଆରରେ ହଜାର ହଜାର ଭକ୍ତ ସାମିଲ ହେବେ । ଦେଶିବେହେରାଙ୍କ ହସ୍ତରେ ଆଜ୍ଞାମାଳ ପଡ଼ିବା ପରେ ମାଆ ବାପଘରକୁ ଯିବା ପାଇଁ ଅନୁମତି ଦେବେ ବୋଲି ନିଶ୍ଚୟ କରାଯାଇଥାଏ ।












Click it and Unblock the Notifications