ନଭେମ୍ବର ୨୭ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ବିଶ୍ବପ୍ରସିଦ୍ଧ ବାଲିଯାତ୍ରା

ଆସନ୍ତା ନଭେମ୍ବର ୨୭ ତାରିଖରୁ କଟକର ବିଶ୍ବପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା । ନଭେମ୍ବର ୨୭ ରୁ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ବାଲିଯାତ୍ରା । କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

BALI_YATRA

ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବାଲିଯାତ୍ରାକୁ ଅଧିକ ଚିତ୍ତାକର୍ଷକ, ସୁରକ୍ଷିତ ଓ ଜନାଦୃତ କରିବା ସହ ଉତ୍ତମ ସମନ୍ୱୟ ରକ୍ଷା କରିବା ଉପରେ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ବିଗତ ବର୍ଷ ତୁଳନାରେ ଚଳିତ ବର୍ଷର ବାଲିଯାତ୍ରାକୁ ଅଧ୍ଵକ ଚିତାକର୍ଷକ, ସୁରକ୍ଷିତ ଓ ଜନାଦୃତ କରିବା ସହ ଉତ୍ତମ ସମନ୍ଵୟ ରକ୍ଷା କରିବା ଉପରେ ଗୁରୁଦ୍ଵାରୋପ ପୂର୍ବକ ଚଳିବ ବାଲିଯାତ୍ରାର ପ୍ରଥମ ଆଘାସୀ ପ୍ରସ୍ତୁତି ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଅଧ୍ୟକ୍ଷତା କରି ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି ।

ଏଥିସହ ସମ୍ପୃକ୍ତ ସମସ୍ତ କାର୍ଯ୍ୟ ସମ୍ପୃକ୍ତ ବିଭାଗ ଓ ବିଭାଗୀୟ କାର୍ଯ୍ୟାଳୟ, ରାଜ୍ୟ ସରକାରଙ୍କ ସାଧାରଣ ଆର୍ଥିକ ନିୟମାବଳୀ ଅନୁପାଳନ ପୂର୍ବକ ସମ୍ପାଦନ କରିବା ସହ ପରସ୍ପର ମଧ୍ୟରେ ସମନ୍ଵୟ ରକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେମାନଙ୍କୁ ନ୍ୟସ୍ତ କରାଯାଇଥ‌ିବା ଦାୟିତ୍ବ ସୂଚାରୁରୂପେ ପରିଚାଳନା କଲେ ତାହା ବାଲିଯାତ୍ରାକୁ ଏକ ସଫଳ ଆୟୋଜନର ପରିଚୟ ଦେବ ।

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବାଲିଯାତ୍ରାକୁ ଜାତୀୟ ଉତ୍ସବର ମାନ୍ୟତା ପ୍ରଦାନ ନିମନ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଦ୍ବାରା ଅନୁରୋଧ କରିଥିଲେ । ବିଗତ ବାଲିଯାତ୍ରା ସମୟରେ ଇଣ୍ଡୋନେସିଆର ବାଲିଦ୍ୱୀପରେ ଉପସ୍ଥିତଥିବା ପ୍ରଧାନମନ୍ତ୍ରୀ କଟକ ବାଲିଯାତ୍ରାର ଅବତାରଣା କରି ଭୂୟସୀ ପ୍ରଶଂସା କରିଥିଲେ । କଟକ ମହାନଗର ନିଗମ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା 'କାଗଜ ଡଙ୍ଗା ତିଆରି କାର୍ଯ୍ୟକ୍ରମ' ଗିନିଜ୍ ବୁକ୍ ଅଫ ୱାଲ୍ଡ ରେକର୍ଡରେ ସ୍ଥାନୀତ ହୋଇଥିବା ଏବଂ କଟକ ମହାନଗର ନିଗମର ଆୟୁକ୍ତ ଶ୍ରୀ ନିଖୁଲ ପୱନ କଲ୍ୟାଣ ବାଲିଯାତ୍ରା ସମ୍ବନ୍ଧିତ ସମସ୍ତ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିବା, ଏକ ଆନନ୍ଦର ବିଷୟ । ଚଳିତ ବାଲିଯାତ୍ରାକୁ ଅଧିକରୁ ଅଧ‌ିକ ଆକର୍ଷଣୀୟ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ମତବ୍ୟକ୍ତ କରିଥିଲେ ।

ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡଃ. ଭବାନୀ ଶଙ୍କର ଚୟନୀଙ୍କ ଦ୍ବାରା ଆହୂତ ଏହି ବୈଠକରେ ଅଧ୍ୟକ୍ଷ କଟକ ଉନ୍ନୟନ କର୍ତ୍ତୃପକ୍ଷ ଶ୍ରୀ ଅନୀନ କୁମାର ସାମଲ ବିଗତ ବର୍ଷର ଅନୁଭବକୁ ପାଥେୟ କରି ଚଳିତ ବର୍ଷ ବାଲିଯାତ୍ରାକୁ ଅଧିକ ସରସ ସୁନ୍ଦର ଭାବରେ ସଂଗଠିତ କରିବା ନିମନ୍ତେ ସମ୍ପୃକ୍ତ ସମସ୍ତ ବିଭାଗ ତତ୍ପରତାର ସହିତ କାର୍ଯ୍ୟ ସମ୍ପାଦନ କରିବେ ବୋଲି ଦୃଢ ଆଶା ପୋଷଣ କରିଥିଲେ । ନିରବଚ୍ଛିନ୍ନ ସୁରକ୍ଷିତ ଓ ଦେୟମୁକ୍ତ ବିଦ୍ୟୁତ ଯୋଗାଣ ଦିଗରେ ଟିପିସିଓଡିଏଲ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବାକୁ ସେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ।

ବୈଠକରେ କେନ୍ଦ୍ରାଞ୍ଚଳ ଆରଡିସି ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ ଯୋଗଦେଇ ବିଗତ ବର୍ଷ ଭଳି ଚଳିତ ବର୍ଷ ସମ୍ପୃକ୍ତ ସମସ୍ତେ ନିଜ ନିଜର ଦାୟିତ୍ବ ଓ କର୍ତ୍ତବ୍ୟକୁ ସୁଚାରୁରୂପେ ସମ୍ପାଦନ କରିବା ସହ ବାଲିଯାତ୍ରାକୁ ନୂତନ ଢଙ୍ଗରେ, ଶୃଙ୍ଖଳିତ ଭାବରେ ସଂଗଠିତ କରି ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ବାଲିଯାତ୍ରାର ଐତିହ୍ୟକୁ ଉଦଭାସିବ କରିବେ ବୋଲି ଆଶା ପ୍ରକାଶ କରିଥିଲେ ।

ବୈଠକରେ ଯୋଗଦେଇ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡଃ ଭବାନୀ ଶଙ୍କର ଚୟନୀ ରାସ୍ତାଘାଟ ମରାମତି, ବାଲିଯାତ୍ରା ପଡ଼ିଆର ଭିତ୍ତିଭୂମି, ୱାଟକୋ ଦ୍ଵାରା ପାନୀୟଜଳ ଯୋଗାଣ, ଟିପିସିଓଡିଏଲ ଦ୍ଵାରା ଆଲୋକିକରଣ, ଓରମାସ ଆନୁକୂଲ୍ୟରେ ପଲ୍ଲିଶ୍ରୀ ମେଳା ଆୟୋଜନ ଓ ଷ୍ଟଲ ସଂଖ୍ୟା ୪୦୦କୁ ବୃଦ୍ଧି କରିବା, ପର୍ଯ୍ୟଟନ ବିଭାଗ ପକ୍ଷରୁ ବାଲିଯାତ୍ରକୁ ପର୍ଯ୍ୟଟନ ପଞ୍ଜିକାରେ ସ୍ଥାନୀତ କରିବା ଓ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ବିଜ୍ଞାପନ ମାଧ୍ୟମରେ ଏହାର ବ୍ୟାପକ ପ୍ରଚାର ପ୍ରସାର ଏବଂ ଏହି ଉତ୍ସବକୁ ଜାତୀୟସ୍ତରୀୟ ମାନ୍ୟତା ପ୍ରଦାନ ନିମନ୍ତେ ହେଉଥିବା ଉଦ୍ୟମକୁ ଦୃଷ୍ଟିରେ ରଖ୍ ଲୋକସଂପର୍କ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଗଣମାଧ୍ୟମ ପ୍ରତିନିଧୂମାନଙ୍କୁ ନେଇ ଏକ ସଞ୍ଚାଳିତ ଭ୍ରମଣ କାର୍ଯ୍ୟକ୍ରମ ଆୟୋଜନ କରିବା ନିମନ୍ତେ ସେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ତେବେ ବିଶାଳ ଆୟୋଜନକୁ ଦୃଷ୍ଟିରେ ରଖୁ ଆର୍ଥିକ ଅନୁଦାନକୁ ଏଥୁଁନିମନ୍ତେ ବୃଦ୍ଧି କରିବା ଲାଗି ସେ ଅନୁରୋଧ କରିଥିଲେ । ସଂଗଠିତ କ୍ଷେତ୍ରରୁ ଅଧିକ ଯୋଗବାନକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି ବୋଲି ଡଃ ଚୟନୀ ପ୍ରକାଶ କରିଥିଲେ ।

ଡିସିପି ଶ୍ରୀ ପିନାକ ମିଶ୍ର ବୈଠକରେ ଯୋଗଦେଇ କହିଲେ ଯେ, ଲକ୍ଷ ଲକ୍ଷ ଦର୍ଶକ ଏହି ବାଲିଯାତ୍ରାକୁ ଆଗମନ କରୁଥିବା ହେତୁ ଏହାକୁ ଦୃଷ୍ଟିରେ ରଖୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯିବା ସହ ଘଟଣାମୁକ୍ତ ବାଲିଯାତ୍ରା ସଂଗଠିତ କରାଇବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ । ଗାଡିରହଣୀସ୍ଥଳ ଚିହ୍ନଟ, ଯାନବାହାନ ନିୟନ୍ତ୍ରଣ ଓ ୱାଟ ଟାୱାର ନିର୍ମାଣକୁ ପ୍ରାଧାନ୍ୟ ଦିଆଯିବା ସହ ଆବଶ୍ୟକସ୍ଥଳେ ଅତିରିକ୍ତ ଫୋର୍ସ ନିୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି ଓ ବିଗତ ବର୍ଷର ଅଭିଜ୍ଞତା ଏ ଦିଗରେ ସହାୟକ ହେବ ବୋଲି ସେ କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଉନ୍ନୟନ ଏବଂ ରାଜସ୍ଵ ଶ୍ରୀ ଉମାକାନ୍ତ ରାଜ୍, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କଟକ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ଲଲାଟେନ୍ଦୁ ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମକରନ୍ଦ ବେଉରା, ତହସିଲଦାର ବାରଙ୍ଗ ଶ୍ରୀ ସଙ୍କଳ୍ପ ସ୍ୱସ୍ତିକ ସାହୁ, ତହସିଲଦାର କଟକ ସଦର ସୁଜୟ କୁମାର ପତି ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ନଳିନୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+