ମହାନଦୀରେ ଭାସି ଗଲା ଗୋଟିଏ ପରିବାର: ବାପା, ପୁଅ ମୃତ; ଝିଅର ପତ୍ତା ମିଳୁନି
ମହାନଦୀରେ ଗାଧୋଇବା ବେଳେ ଗୋଟିଏ ପରିବାରର ୩ ଜଣ ଭାସିଗଲେ। ସେମାନଙ୍କ ମଧ୍ୟରୁ ବାପା ଓ ପୁଅ ହସପିଟାଲରେ ମୃତ୍ୟୁବରଣ କରିଥିବା ବେଳେ ଏପର୍ୟ୍ୟନ୍ତ ଝିଅର ପତ୍ତା ମିଳୁନାହିଁ ।
ସମ୍ୱଲପୁର: ମହାନଦୀରେ ଗାଧୋଇବା ବେଳେ ଗୋଟିଏ ପରିବାରର ୩ ଜଣ ଭାସିଗଲେ। ସେମାନଙ୍କ ମଧ୍ୟରୁ ବାପା ଓ ପୁଅ ହସପିଟାଲରେ ମୃତ୍ୟୁବରଣ କରିଥିବା ବେଳେ ଏପର୍ୟ୍ୟନ୍ତ ଝିଅର ପତ୍ତା ମିଳୁନାହିଁ । ଆଜି ଏପରି ଦୁର୍ଘଟଣା ସମ୍ୱଲପୁର ଜିଲ୍ଲାର ଦଳେଇପଡ଼ା ଘଟରେ ଘଟିଛି।

ପେନସନପଡ଼ା ବାପା ଅଫ୍ତାବ, ତାଙ୍କର ୧୫ ବର୍ଷୀୟ ପୁଲ୍ ମହମ୍ମଦ ଅଫ୍ତାବ ଓ ୧୨ ବର୍ଷର ଝିଅ ରୁକସାନା ବେଗମ ମହାନଦୀର ଦଲେଇପଡ଼ା ଘାଟରେ ଗାଧଉଥିଲେ। ହେଲେ ଅସାବଧାନତା ଯୋଗୁ ତିନି ଜଣକ ଯାକ ଭାସି ଯାଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ବାପା ଓ ପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ବି ସେଠାରେ ସେମାନେ ମୃତ୍ୟୁବରଣ କରିଥିଲେ ।
ତେବେ ଏପର୍ଯ୍ୟନ୍ତ ଝିଅ ରୁକ୍ସାନା ବେଗମଙ୍କ ପତ୍ତା ମିଳିନି। ରାତି ହୋଇଯାଇଥିବାରୁ ଉଦ୍ଧାରକାରୀ ଦଳ ଫେରି ଆସିଛି।












Click it and Unblock the Notifications