ପାରିବାରିକ କଳହ; ଧାରୁଆ ଅସ୍ତ୍ରରରେ ବୋହୂର ନାକ କାଟିଲା ଶ୍ବଶୁର

ବୋହୂର ନାକ କାଟିଲା ଶ୍ବଶୁର। ଆଠଗଡ଼ ଗୁରୁଡ଼ିଝାଟିଆ ଥାନା ଗୋବରା ଗାଁରେ ଘଟିଛି ଏଭଳି ଘଟଣା। ପାରିବାରିକ କଳହରୁ ଧାରୁଆ ଅସ୍ତ୍ରରରେ ଶ୍ବଶୁର ବୋହୂର ନାକ କାଟିଦେଇଛି । ଶ୍ବଶୁରଙ୍କ ଆକ୍ରମଣରେ ବୋହୂଙ୍କ ନାକ ସାମାନ୍ଯ କଟିଯାଇଛି। ତାଙ୍କୁ ଆହତ ଅବସ୍ଥାରେ ଗୁରୁଡ଼ିଝାଟିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ ଅଭିଯୋଗ ପରେ ଶ୍ବଶୁର ଅମର ବେହେରାଙ୍କୁ ପୋଲିସ ପଚରାଉଚରା କରୁଛି ।

ଶ୍ବଶୁରଙ୍କ ଛୁରାମାଡ଼ରେ ବୋହୂର ନାକ କଟିଥିବା ଜଣାପଡ଼ିଛି। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲା ଆଠଗଡ଼ ଗୁରୁଡିଝାଟିଆ ଥାନା ଗୋବରା ଗାଁରେ। ପାରିବାରିକ କଳହରୁ ଶ୍ବଶୁର ଛୁରାମାଡ଼ କରିଥିବା ସୂଚନାମିଳିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଶ୍ବଶୁରଙ୍କୁ ଅଟକ ରଖିଛି। ଗୁରୁଡିଝାଟିଆ ପୋଲିସ ଘଟଣାର ଅଧିଙ୍କ ତଦନ୍ତ କରୁଛି।

ସେହିପରି ବାଲେଶ୍ୱରରେ ସ୍ତ୍ରୀଙ୍କୁୁ ବାଲ୍‌ଟିରେ ପିଟିପିଟି ମାରିେଲେ ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲା ଜଳେଶ୍ୱର ଥାନା ବାଣିଦା ଗାଁରେ ମୃତକ ହେଲେ କଳ୍ପନା ମହାନ୍ତି । ସ୍ତ୍ରୀ କଳ୍ପନା ସ୍ବାମୀ କାଦୁ ମହାନ୍ତିଙ୍କ ମଧ୍ୟରେ ବିଭିନ୍ନ ସମୟରେ ପାରିବାରିକ କଳହ ଲାଗି ରହୁଥିଲା। ସୋମବାର ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଏଥିରେ ଉତ୍ତ୍ୟକ୍ତ ହୋଇ କାଦୁ ସ୍ତ୍ରୀଙ୍କୁ ବାଲ୍‌ଟିରେ ପିଟିପିଟି ମାରିଦେଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା କରିଛି। ପୋଲିସ ଘଟଣାର ଅଧିଙ୍କ ତଦନ୍ତ କରୁଛି।

family conflict The father-in-law cut Bohur s nose with a sharp knife in odisha cuttack athagarh
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+