ଫକୀର ମୋହନ ମେଡିକାଲ କଲେଜରେ ଅଘଟଣ: ଛାତରୁ ପଡ଼ି ଡାକ୍ତରୀ ଛାତ୍ର ମୃତ

 baleswar

ବାଲେଶ୍ୱର:ଫକୀର ମୋହନ କଲେଜର ତୃତୀୟ ବର୍ଷର ଛାତ୍ରଙ୍କ ମୃତ୍ୟୁ । ହେଷ୍ଟେଲ୍ ନିକଟ କୋଠାରୁ ପଡ଼଼ି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ । ମୃତ ମେଡିକାଲ ଛାତ୍ର ହେଲେ ବାଲେଶ୍ୱରର ହିତେଷ୍ଣୁ ଦାସ । ତେବେ କେଉଁ କାରଣରୁ ଏପରି ଘଟଣା ଘଟିଲା ତାହାର କାରଣ ଏପର୍ଯ୍ୟନ୍ତ ସ୍ସଷ୍ଟ ହୋଇ ପାରି ନାହିଁ ।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୩ଟା ବେଳେ ରେମୁଣା ସ୍ଥିତ ଫକୀରମୋହନ ମେଡିକାଲ କଲେଜ ବିଲ୍ଡିଂରୁ ପଡି ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ମେଡିକାଲର ତୃତୀୟ ବର୍ଷର ଛାତ୍ର ହିତେଷ୍ଣୁ ଦାସ । ଖବର ପାଇଁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ବ୍ୟବଚ୍ଚେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ, ହିକେଷ୍ଣୁ ଫକୀରମୋହନ ମେଡିକାଲ କଲେଡର ପୁରୁଷ ଛାତ୍ରବାସରେ ୩ ନମ୍ବର ରୁମରେ ରହୁଥିଲେ । ଗତକାଲି ରାତିରେ ସବୁ କିଛି ସ୍ୱାଭାବିକ ଥିଲା ପରେ ରାତି ୩ ଟାରେ ଏପରି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ଏହା ହତ୍ୟା ତାହା ସ୍ପଷ୍ଟ ହୋଇ ପାରିନାହିଁ । ଏନେଇ ୯/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

ମୃତକ ଛାତ୍ର ଜଣଙ୍କ ଘର ବାଲେଶ୍ୱର ଜିଲ୍ଲା ସଦର ଥାନା ଅଧିନ ରସାଲପୁର ପଞ୍ଜାୟତ ଭୀମପୁରା ଗାଁରେ । ହିତେଷ୍ଣୁ ଦାସଙ୍କ ପିତା ଚନ୍ଦ୍ରକାନ୍ତ ଦାସ ବାଲେଶ୍ୱର ଜିଲ୍ଲା ପୋଲିସ ମୁଖ୍ୟାଳୟରେ ମୁଖ୍ୟ କିରାଣି ଭାବେ କାର୍ଯ୍ୟ କରନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+