କଟକରେ ପୁଣି ନକଲି ଔଷଧ: ତିନି ଲକ୍ଷ ଟଙ୍କାର ଟେଲମା-୪୦ ଜବତ
ସିଲଭର ସିଟିରେ ପୁଣି ନକଲି ଔଷଧ । ତିନି ଲକ୍ଷ ଟଙ୍କାର ଟେଲମା-୪୦ ଜବତ ପୁରୀଘାଟ ଥାନା ପୋଲିସ । ଦୋଳମୁଣ୍ଡାଇ ମହତାବ ରୋଡ ସ୍ଥିତ ଭି.ଆର ଡ୍ରଗ ଏଜେନ୍ସି ଏହି ନକଲି ଔଷଧ କଲିକତାରୁ ମଗାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
କଟକ: ସିଲଭର ସିଟିରେ ପୁଣି ନକଲି ଔଷଧ । ତିନି ଲକ୍ଷ ଟଙ୍କାର ଟେଲମା-୪୦ ଜବତ ପୁରୀଘାଟ ଥାନା ପୋଲିସ । ଦୋଳମୁଣ୍ଡାଇ ମହତାବ ରୋଡ ସ୍ଥିତ ଭି.ଆର ଡ୍ରଗ ଏଜେନ୍ସି ଏହି ନକଲି ଔଷଧ କଲିକତାରୁ ମଗାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଭି.ଆର ଡ୍ରଗ ଏଜେନ୍ସିର ମାଲିକ ରାହୁଲ କ୍ୟାଲଙ୍କୁ ଗିରଫ କରାଯାଇଛି । ଜବତ ଔଷଧ ରକ୍ତଚାପ ରୋଗୀ ଖାଉଥିବା ଟେଲମା-୪୦ ଓ ଟେଲମା ଏ.ଏମ ବୋଲି ଜଣାପଡିଛି ।

ସେପଟେ ନକଲି ଔଷଧ କାରବାରର ତନାଘନା ଆରମ୍ଭ ହୋଇଛି । ଏହି ମାମଲାର ମାଷ୍ଟରମାଇଣ୍ଡ ବିହାର ଗୟାର ବାଲାଜୀ ଡ୍ରଗସ ଓ ବେଙ୍ଗାଲୁରୁ ଶିବାଜୀନଗରର ଶ୍ରୀ ବାଲାଜି ଏଜେନ୍ସିର ବୈଧତା ଯାଞ୍ଚ ପାଇଁ ଡ୍ରଗ୍ସ କଂଟ୍ରୋଲରଙ୍କୁ ଚିଠି ଲେଖିଛନ୍ତି କମିଶନରେଟ୍ ପୋଲିସ । ଏହି ଦୁଇଟି ସଂସ୍ଥାର ଡ୍ରଗ୍ସ ଲାଇସେନ୍ସ, ଜିଏସଟି ଇତ୍ୟାଦି ଯାଞ୍ଚ କରି ତଥ୍ୟ ଦାଖଲ କରିବାକୁ ଚିଠିରେ ଦର୍ଶାଯାଇଛି ।
ସୂଚନାଯୋଗ୍ୟ, ନକଲି ଉଚ୍ଚ ରକ୍ତଚାପ ଔଷଧ କାରବାରରେ ସଂପୃକ୍ତ ଦୁଇ ଔଷଧ ମାଫିଆ ରାହୁଲ କ୍ୟାଲ୍ ଏବଂ ସଞ୍ଜୟ ଜଲାନଙ୍କ ଦୁଇଟି ବ୍ୟାଙ୍କ୍ ଆକାଉଣ୍ଟରୁ ୨୮ ଲକ୍ଷ ଟଙ୍କା ଜବତ କରିଛି ପୁରୀଘାଟ ଥାନା ପୋଲିସ । ରାଜ୍ୟ ବାହାରୁ ନକଲି ଔଷଧ ଆମଦାନୀ କରି ଓଡ଼ିଶାରେ ଯେଉଁ କାରବାର ହୋଇଥିଲା । ସେହି ଟଙ୍କା ପୋଲିସ ଜବତ କରିବା ପରେ ଓଡ଼ିଶାରେ ଏହି କେଳେଙ୍କାରୀରେ ସମ୍ପୃକ୍ତ ଅନ୍ୟ ଡିଲରମାନେ ଆତଙ୍କିତ ହୋଇଯାଇଛନ୍ତି । ଅନ୍ୟପଟେ ଏହି ଦୁଇଜଣଙ୍କୁ ପୁରୀଘାଟ ଥାନା ପୋଲିସ ଦୁଇଦିନିଆ ରିମାଣ୍ଡରେ ଆଣିଥିଲା ।












Click it and Unblock the Notifications