କଟକରୁ ପୁଣି ଜବତ ହେଲା ୨୦ ଲକ୍ଷ ଟଙ୍କାର ନକଲି ଟେଲମା-୪୦
କଟକରୁ ପୁଣି ବିପୁଳ ପରିମାଣର ନକଲି ଔଷଧ ଜବତ ହୋଇଛି। ସହରର ୩ଟି ଫାର୍ମରେ ଚଢ଼ାଉ କରି ୨୨ ଲକ୍ଷ ଟଙ୍କାର ନକଲି ଔଷଧ ଜବତ ଜବତ କରିଛି ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ ।
କଟକ: କଟକରୁ ପୁଣି ବିପୁଳ ପରିମାଣର ନକଲି ଔଷଧ ଜବତ ହୋଇଛି। ସହରର ୩ଟି ଫାର୍ମରେ ଚଢ଼ାଉ କରି ୨୨ ଲକ୍ଷ ଟଙ୍କାର ନକଲି ଔଷଧ ଜବତ ଜବତ କରିଛି ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ । ଏହି ସବୁ ଔଷଧ ନକଲି ଟେଲମା-୪୦ ବୋଲି ଜଣାପଡିଛି । ଗତ ୩ ଦିନ ମଧ୍ୟରେ ଏହି ସଂସ୍ଥାଗୁଡିକୁ ଯାଞ୍ଚ କରାଯାଇଥିଲା । ଡ୍ରଗ ଆଣ୍ଡ କସମେଟିକ ଆକ୍ଟରେ ଏହି ସଂସ୍ଥା ନାଁରେ ମାମଲା ରୁଜୁ ହୋଇଛି । କିଛି ଦିନ ତଳେ କଟକର ଦୁଇଟି ଦୋକାନରୁ ୩୦ ଲକ୍ଷରୁ ଅଧିକ ଟଙ୍କାର ନକଲି ଔଷଧ ଜବତ ହୋଇଥିଲା ।

କଟକ ସହରର ନିମଚଉଡ଼ିସ୍ଥିତ କ୍ୟାଲ ଏଜେନ୍ସି ଓ ନୟାସଡ଼କର ମହାବୀର ପ୍ରସାଦ ରାଧେଶ୍ୟାମ ଓ ଏମ୍ଏଚ୍ ଫାର୍ମାସୀ ଭଳି ୩ଟି ଫାର୍ମରୁ ଟେଲମା-୪୦ ବ୍ରାଣ୍ଡର ଏହି ନକଲି ଔଷଧ ଜବତ ହୋଇଛି । ପୂର୍ବରୁ ଗିରଫ ହୋଇଥିବା ଦୁଇ ଷ୍ଟକିଷ୍ଟଙ୍କଠାରୁ ଏମାନେ ଔଷଧ କିଣିଥିଲେ ।
ସେପଟେ ଏ ଡୁପ୍ଲିକେଟ କାରବାରର ରହସ୍ୟ ଭେଦ କରିବାକୁ ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ ଆଜି ଗୟା ଓ ବେଙ୍ଗଲୁରୁ ଯିବ ବୋଲି ସୂଚନା ମିଳିଛି । ନକଲି ଔଷଧ ମାମଲାର ତଦନ୍ତ ପାଇଁ ପୂର୍ବରୁ କମିଶନରେଟ୍ ପୁଲିସ ରାଜ୍ୟ ବାହାରକୁ ଯାଇଥିଲା । ପୂର୍ବରୁ, ଗତ ୯ ତାରିଖରେ କଟକର ପୂଜା ଏଣ୍ଟରପ୍ରାଇଜର୍ସ , ଭି.ଆର୍ ଡ୍ରଗ୍ ଏଜେନ୍ସିରୁ ୩୦ଲକ୍ଷ ଟଙ୍କାର ନକଲି ଉଚ୍ଚରକ୍ତଚାପ ଔଷଧ ଜବତ ହୋଇଥିଲା ।












Click it and Unblock the Notifications