Get Updates
Get notified of breaking news, exclusive insights, and must-see stories!

ହାଇକୋର୍ଟରେ ଜାଲ୍‌ ଶିକ୍ଷକ ମାମଲା: ୪୨୪ ଜଣ ଚାକିରିରୁ ବହିଷ୍କାର 

ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ୪୨୪ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ବୋଲି ହାଇକୋର୍ଟରେ ସତ୍ୟପାଠ ଦେଇଛନ୍ତି ରାଜ୍ୟ ସରକାର।

ଅନ୍ୟପକ୍ଷରେ ୬ଟି ଜିଲ୍ଲାରେ ଏହି ଏହି ପ୍ରସଙ୍ଗକୁ ନେଇ ତଦନ୍ତ ଚାଲିଛି ବୋଲି ପୂର୍ବରୁ ସରକାର ଦର୍ଶାଇଥିବା ବେଳେ ସାନି ସ୍ଥିତି ନେଇ ୨୦୨୫ ମାର୍ଚ୍ଚ ୬ରେ ହାଇକୋର୍ଟ ମାଗିଥିବା ଜବାବ ସଂପର୍କରେ ସରକାର କୌଣସି ତଥ୍ୟ ଦେଇ ପାରି ନାହାନ୍ତି।

ପରବର୍ତ୍ତୀ ଶୁଣାଣି ସମୟରେ ବରଗଡ଼, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଜିଲ୍ଲା ସଂପର୍କିତ ଷ୍ଟାଟସ୍ ରିପୋର୍ଟ ନିଶ୍ଚିତ ଦେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ୬ଟି ଜିଲ୍ଲାରେ ଚାଲିଥିବା ତଦନ୍ତରୁ କଣ ଫଳାଫଳ ମିଳିଛି ଏବଂ ଏବେ ସାନି ସ୍ଥିତି କଣ ରହିଛି ସେ ନେଇ ଅବଗତ କରିବାକୁ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରୀଶ ଟଣ୍ଡନ ଓ ଜଷ୍ଟିସ୍ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ସଂଜୟ କୁମାର ମହାରଣାଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମେ ୬କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

Fake teacher case in High Court

ଆଜି ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ତରଫରୁ ଗତ ମାର୍ଚ୍ଚ ୬ରେ ଦାଖଲ ସତ୍ୟପାଠରେ ରହିଥିବା ତଥ୍ୟ ଉପରେ ଆମିକସ୍ କ୍ୟୁରି ପକ୍ଷ ରଖିଥିଲେ। ଜାଲ୍ ଶିକ୍ଷକ ସଂପର୍କିତ ତିନୋଟି ଜିଲ୍ଲାର ଷ୍ଟାଟସ୍ ରିପୋର୍ଟ ଉପଲବ୍ଧ ନଥିବା ଆମିକସ୍ କ୍ୟୁରି ଦର୍ଶାଇଥିଲେ। ଅନ୍ୟପକ୍ଷରେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ବାବଦରେ ଆସୁଥିବା ସରକାରୀ ଅର୍ଥ ହଡ଼ପ ନେଇ ଅଭିଯୋଗ ବା ରିପୋର୍ଟ ନାହିଁ ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା।

ମାମଲାର ବିବରଣୀରୁ ପ୍ରକାଶ ଯେ ଆନ୍ଧ୍ରପ୍ରଦେଶ, ଜମ୍ମୁ କାଶ୍ମୀର, ରାଜସ୍ଥାନ ଓ ଅନ୍ୟ କେତେକ ରାଜ୍ୟରୁ ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଆଣି ଓଡ଼ିଶାରେ କେତେକ ଶିକ୍ଷକ ଚାକିରି କରୁଥିବା ଅଭିଯୋଗ ଆଣି ଏହି ମାମଲା ରୁଜୁ ହୋଇଥିଲା। ଏଥି ସହିତ ଜାଲ୍ ସ୍କୁଲ ଓ ଜାଲ୍ ଛାତ୍ରଛାତ୍ରୀଙ୍କ ସଂପର୍କରେ ମଧ୍ୟ ଅଭିଯୋଗ ହୋଇଥିଲା। ଏହି ଘଟଣାର ଉପଯୁକ୍ତ ତଦନ୍ତ ହେବା ସହିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମାମଲାରେ ନିବେଦନ କରାଯାଇଛି। ମାମଲାରେ ଆମିକସ୍ କ୍ୟୁରି ଭାବେ ଆଇନଜୀବୀ ସୁଦର୍ଶନ ନନ୍ଦଙ୍କୁ ହାଇକୋର୍ଟ ନିଯୁକ୍ତି ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+