Get Updates
Get notified of breaking news, exclusive insights, and must-see stories!

ଓଡିଶାରେ ନକଲି ମେଡିସିନ: ବିହାର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ

ନକଲି ମେଡ଼ିସିନ ନେଇ ତନାଘନା ଜାରି ରହିଥିବା ବିହାର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ।

ଭୁବନେଶ୍ୱର: ନକଲି ମେଡ଼ିସିନ ନେଇ ତନାଘନା ଜାରି ରହିଥିବା ବିହାର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ । ଓଡ଼ିଶାରେ ଜବତ ହୋଇଥିବା ନକଲି ମେଡ଼ିସିନ ଟେଲମା-୪୦ , ଟେଲମା-ଏମ ବିହାରର ଗୟାରୁ ଗ୍ଲେନମାର୍କ କମ୍ପାନୀର ଫ୍ୟାକ୍ଟ୍ରିରୁ ଆସୁଛି । ବିହାର ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ଏ ନେଇ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ଆସିନାହିଁ ବୋଲି ଚିଠି ଦ୍ୱାରା ଜଣାଇଛନ୍ତି ଓଡ଼ିଶା ସ୍ୱାସ୍ଥ୍ୟ ସଚିବ ।

Fake Medicine in Odisha

ତେବେ ତଦନ୍ତ ପାଇଁ ଓଡିଶା ଡ୍ରଗ୍ସ କଣ୍ଟ୍ରୋଲର ସହ ୨ ଜଣ ପୋଲିସ ଅଧିକାରୀ ବିହାର ଯାଇଛନ୍ତି । ସେମାନଙ୍କୁ ତଦନ୍ତରେ ସହ ଯୋଗ କରିବାକୁ ସ୍ୱାସ୍ଥ୍ୟ ସଚିବ ବିହାର ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିଛନ୍ତି ।

ଏହାପୂର୍ବରୁ ନକଲି ଟେଲମା-୪୦ ଔଷଧ କାରବାରରେ ବିହାରର ଲିଙ୍କ ସାମ୍ନାକୁ ଆସିବା ପରେ ବିହାର ଡ୍ରଗ୍ସ କଣ୍ଟ୍ରୋଲରକୁ ଚିଠି ଦିଆ ଯାଇଥିଲା । ହେଲେ ବିହାର ଡ୍ରଗ୍ସ କଣ୍ଟ୍ରୋଲର ପକ୍ଷରୁ ଏଯାଏଁ କୌଣସି ଉତ୍ତର ଆସିନାହିଁ । ତେଣୁ ନକଲି ଔଷଧ କାରବାର ମାମଲାର ତଦନ୍ତରେ ସହ ଯୋଗ କରିବାକୁ ବିହାର ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+