Get Updates
Get notified of breaking news, exclusive insights, and must-see stories!

କଟକ ନକଲି ମେଡିସିନ ମାମଲା: ବିହାରରୁ ଚିହ୍ନଟ ହେଲେ ୨ ବ୍ୟବସାୟୀ

କଟକ ନକଲି ମେଡିସିନ ମାମଲା: ବିହାରରୁ ଚିହ୍ନଟ ହେଲେ ୨ ବ୍ୟବସାୟୀ ,ତଦନ୍ତ ପାଇଁ ଓଡିଶା ଡ୍ରଗ୍ସ କଣ୍ଟ୍ରୋଲର ସହ ୨ ଜଣ ପୋଲିସ ଅଧିକାରୀ ବିହାର ଯାଇଛନ୍ତି ,ସେମାନଙ୍କୁ ତଦନ୍ତରେ ସହଯୋଗ କରିବାକୁ ସ୍ୱାସ୍ଥ୍ୟ ସଚିବ ବିହାର ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିଛନ୍ତି ।

କଟକ ନକଲି ମେଡିସିନ ମାମଲା : କଟକ କମିସନରେଟ ପୋଲିସ ଟିମକୁ ମିଳିଲା ବଡ଼ ସଫଳତା । ଚିହ୍ନଟ ହେଲେ ନକଲି ଔଷଧ ଯୋଗାଇଦେଉଥିବା ଦୁଇ ବ୍ୟବସାୟୀ । ଆଜି କଟକ ଡିସିପି ପିନାକ ମିଶ୍ର ଏନେଇ ସୂଚନା ଦେଇ କହିଛନ୍ତି ଯେ' ନକଲି ଔଷଧ ମାମଲା ନେଇ ତଦନ୍ତ ଜାରି ରହିଛି, ଗୟା ପୋଲିସ ସହାୟତାରେ ଆମ ଅଫିସର ବିଭିନ୍ନ ସ୍ଥାନରେ ରେଡ୍ କରିଛନ୍ତି, ଏହା ସହ ଦୁଇ ବ୍ୟବସାୟୀଙ୍କୁ ମଧ୍ୟ ଚିହ୍ନଟ କରାଯାଇସାରିଛି । ବର୍ତ୍ତମାନ ମେଡିସିନ ଆସୁଥିବା ସ୍ଥାନରେ ପହଁଚିବା ପାଇଁ ଚେଷ୍ଟା ଜାରି ରହିଛି ।

Fake Medicine

ତେବେ ତଦନ୍ତ ପାଇଁ ଓଡିଶା ଡ୍ରଗ୍ସ କଣ୍ଟ୍ରୋଲର ସହ ୨ ଜଣ ପୋଲିସ ଅଧିକାରୀ ବିହାର ଯାଇଛନ୍ତି । ସେମାନଙ୍କୁ ତଦନ୍ତରେ ସହଯୋଗ କରିବାକୁ ସ୍ୱାସ୍ଥ୍ୟ ସଚିବ ବିହାର ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିଛନ୍ତି ।

ସୂଚନା ଅନୁଯାୟୀ, ନକଲି ମେଡ଼ିସିନ ନେଇ ତନାଘନା ଜାରି ରହିଥିବା ବେଳେ ବିହାର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ । ଓଡ଼ିଶାରେ ଜବତ ହୋଇଥିବା ନକଲି ମେଡ଼ିସିନ ଟେଲମା-୪୦, ଟେଲମା-ଏମ ବିହାରର ଗୟାରେ ଥିବା ଗ୍ଲେନମାର୍କ କମ୍ପାନୀର ଫ୍ୟାକ୍ଟ୍ରିରୁ ଆସୁଛି । ବିହାର ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ଏ ନେଇ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ଆସିନାହିଁ ବୋଲି ଚିଠି ଦ୍ୱାରା ଜଣାଇଛନ୍ତି ଓଡ଼ିଶା ସ୍ୱାସ୍ଥ୍ୟ ସଚିବ ।ତେବେ ତଦନ୍ତ ପାଇଁ ଓଡିଶା ଡ୍ରଗ୍ସ କଣ୍ଟ୍ରୋଲର ସହ ୨ ଜଣ ପୋଲିସ ଅଧିକାରୀ ବିହାର ଯାଇଛନ୍ତି । ସେମାନଙ୍କୁ ତଦନ୍ତରେ ସହ ଯୋଗ କରିବାକୁ ସ୍ୱାସ୍ଥ୍ୟ ସଚିବ ବିହାର ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+