କଟକରେ ନକଲି ଗୁଟ୍ଖା କାରଖାନା
ନକଲି ତେଲ, ଘିଅ ଓ ପନିର ପରେ ଆଜି କଟକରେ ଠାବ ହୋଇଛି ଏକ ନକଲି ଜର୍ଦ୍ଦା କାରଖାନା । କଟକ ସଦର ଥାନା ପୋଲିସ ଜର୍ଦ୍ଦା ଫ୍ୟାକ୍ଟ୍ରି ଠାବ କରିଥିବା ନେଇ ସୂଚନା ମିଳିଛି।
କଟକ: କଟକରେ ପୁଣି ଭେଜାଲ୍ ମାଲ । ଗୋଟିଏ ପରେ ଗୋଟିଏ ନକଲି ମାଲ ଠାବ କରାଯାଉଛି ସିଲଭର ସିଟି କଟକରେ । ନକଲି ତେଲ, ଘିଅ ଓ ପନିର ପରେ ଆଜି କଟକରେ ଠାବ ହୋଇଛି ଏକ ନକଲି ଜର୍ଦ୍ଦା କାରଖାନା । କଟକ ସଦର ଥାନା ପୋଲିସ ଜର୍ଦ୍ଦା ଫ୍ୟାକ୍ଟ୍ରି ଠାବ କରିଥିବା ନେଇ ସୂଚନା ମିଳିଛି।

କଟକ ସଦର ଥାନା ଅନ୍ତର୍ଗତ ସାସୋଳ ଗାଁରେ ଚଢାଉ କରି ପୋଲିସ ଏହି ନକଲି ଜର୍ଦ୍ଦା ଓ ପାନ ମସଲା କାରଖାନା ଠାବ କରିଛି। କାରଖାନାରୁ ୪ କୁଇଣ୍ଟାଲରୁ ଅଧିକ ନିମ୍ନମାନର ଗୁଣ୍ଡି ସହ କେମିକାଲ ଜବତ ହୋଇଛି। ବହୁ ନାମୀଦାମି କମ୍ପାନୀର ପ୍ୟାକିଂ ଓ ଲୋଗୋ ମଧ୍ୟ ଜବତ କରାଯାଇଛି।
ଗତ କିଛି ଦିନ ପୂର୍ବରୁ ଭୁବନେଶ୍ୱରରେ ନକଲି ସାମଗ୍ରୀର କାରଖାନା ଠାବ କରାଯାଇଥିଲା । ଏଠାରେ ଭେଜାଲ ଘିଅ ପ୍ରସ୍ତୁତ କରାଯାଇ ବଜାରକୁ ଛଡ଼ାଯାଇଥିଲା । ଏୟାରଫିଲ୍ଡ ଥାନା ଅନ୍ତର୍ଗତ ତ୍ରିଲୋଚନ ବିହାରରେ ଏୟାର ଫିଲ୍ଡ ଥାନା ପୋଲିସ ଓ କୁଇକ୍ ଆକ୍ସନ ଟିମ୍ ଚଢାଉ କରିଥିଲା । ଚଢ଼ାଉ ସମୟରେ ବିପୁଳ ପରିମାଣରେ ଭେଜାଲ ଘିଅ ଜବତ କରିଥିଲା ପୋଲିସ ।












Click it and Unblock the Notifications