ନକଲି ଔଷଧ ମାମଲା: ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ
ନକଲି ଔଷଧ ମାମଲା: ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ
କଟକ: ନକଲି ଔଷଧ ମାମଲା । ପୋଲିସ ପାଖରେ ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ । କଟକ ପୁରୀଘାଟ ଥାନାରେ ଦୁଇ ଅଭିଯୁକ୍ତ ଆତ୍ମସମର୍ପଣ କରିଛନ୍ତି । ଦୁଇଜଣ ହେଲେ ସଞ୍ଜୟ ଓ ରାହୁଲ ଶ୍ୟାଲ । ଉଚ୍ଚ ରକ୍ତଚାପ ମେଡିସିନ୍ ଟେଲମା-୪୦ ନକଲି ଅଭିଯୋଗ ହୋଇଥିଲା । ଏହି ମାମଲା ନେଇ ଡ୍ରଗ୍ସ ଇନ୍ସପେକ୍ଟର ପୁରୀଘାଟ ଥାନାରେ ଏତଲା କରିଥିଲେ । ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ କଟକ ମେଡିସିନ୍ ବିକ୍ରେତା ସଂଘ ଦାବି କରିଛି ।

ନକଲି ମେଡିସିନ କାରବାର ମାମଲାରେ ସେମାନଙ୍କୁ ପଚରାଉଚରା କରାଯିବ । ସେହିପରି ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି । ସେପଟେ ଅଧିକ ତଦନ୍ତ ପାଇଁ ପୋଲିସ୍ ଟିମ୍ ଗୟା ଓ ବେଙ୍ଗାଲୁରୁ ଯିବ ବୋଲି ମଧ୍ୟ ସୂଚନା ରହିଛି । କଟକରୁ ଜବତ ହୋଇଥିବା ଟେଲମା-୪୦ ଓ ଟେଲମା-ଏଏମ୍ ଔଷଧ ନକଲି ବୋଲି ସ୍ପଷ୍ଟ ହୋଇସାରିଛି । ଏନେଇ ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ପାଖରେ ପ୍ରମାଣ ମଧ୍ୟ ରହିଛି ।
ଜଣେ ଗ୍ରାହକଙ୍କ ଅଭିଯୋଗ ପରେ କଟକର ମଙ୍ଗଳାବାଗ ଓ ବାଦାମବାଡ଼ି ସମେତ ଖୋର୍ଦ୍ଧା ଓ ଭୁବନେଶ୍ବର ଆଦି ସ୍ଥାନରେ ଚଢାଉ କରାଯାଇଥିଲା । ତେବେ ଏହାର ଚେର କେଉଁଆଡେ ଲମ୍ବିଛି ସେନେଇ ଖୋଳତାଡ କରିବା ସହ ତଦନ୍ତ ଜାରି ରଖିଛି ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ । ଯେଉଁ ମାନେ ଏହିି ମାମଲାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଥାଉ କି, ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ନିର୍ମିତ ବ୍ୟାଚ୍ ନମ୍ବର 18211055 ଥିବା ଟେଲମା-40 ମେଡିସିନ ନକଲି ବୋଲି ସ୍ପଷ୍ଟ ହୋଇଛି । ଏହି ଔଷଧ ଖାଇବା ପରେ ବି ରୋଗ ଉପଶମ ହେଉ ନଥିଲା । ଡାକ୍ତରଙ୍କ ସୂଚନା ଅନୁସାରେ ଏହି ନକଲି ଔଷଧ ଖାଇଲେ କିଡନୀ ଓ ହାର୍ଟ ସମସ୍ୟା ଦେଖା ଦେଇପାରେ । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଗ୍ଲେନମାର୍କ କମ୍ପାନୀର ଲୋଗୋ ବ୍ୟବହାର କରି ଟେଲମା 40 ଓ ଟେଲମା AM ଔଷଧର ନକଲି କରି ବଜାରକୁ ଛଡ଼ାଯାଇଥିଲା ।












Click it and Unblock the Notifications