ରାଜଧାନୀରୁ ନକଲି ଡାକ୍ତର ସରୋଜ ମିଶ୍ର ଗିରଫ

ନିଜକୁ ଡାକ୍ତର ଦର୍ଶାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ନକଲି ଡାକ୍ତର ଗିରଫ । ନକଲି ଡାକ୍ତର ସରୋଜ ମିଶ୍ର ଓରଫ ଭବାନୀ ସିଦ୍ଧାର୍ଥ ଶଙ୍କରକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୁଲିସ ।

Saroj Mishra

ଅଭିଯୋଗ ଅନୁସାରେ ନିଜକୁ ଡାକ୍ତର ଦର୍ଶାଇ ଘରୋଇ ମେଡିକାଲ କଲେଜର ଜଣେ ମହିଳା ମେଡିକାଲ ଅଫିସରଙ୍କ ସହ ଅଭିଯୁକ୍ତର ମେଟ୍ରିମୋନିଆଲ ସାଇଟରେ ସମ୍ପର୍କ ହୋଇଥିଲା । ନିଜକୁ ପୁଣେରେ ଡାକ୍ତର ଥିବା କହି ଅଭିଯୋଗକାରିଣୀ ଙ୍କ ପରିବାର ଲୋକଙ୍କୁ ମଧ୍ୟ ବିଶ୍ୱାସ ଜନ୍ମାଇଥିଲା । ପରେ ନକଲି ଡାକ୍ତର ସରୋଜ ନିଜ ସାଙ୍ଗର ମାଆଙ୍କ ଅନ୍ତିମ ସଂସ୍କାର ପାଇଁ ଦେଢ଼ ଲକ୍ଷ ଟଙ୍କା ମାଗିଥିଲା । ଅଭିଯୋଗକାରିଣୀ ଫୋନପେ ଜରିଆରେ ତିନୋଟି କିସ୍ତିରେ ୧ଲକ୍ଷ ୩୦ହଜାର ଟଙ୍କା ଦେଇଥିଲେ । ଅଭିଯୋଗକାରିଣୀ ଦେଇଥିବା ଟଙ୍କା ମାଗିବାରୁ ଅଭିଯୁକ୍ତ ତାଙ୍କୁ ହତ୍ୟା ଧମକ ଦେଇଥିଲା ସରୋଜ । ଏନେଇ ମଞ୍ଚେଶ୍ୱର ଥାନା ରେ ଅଭିଯୋଗ ହେବା ପରେ ତଦନ୍ତ କରି ନକଲି ଡାକ୍ତରକୁ ଗିରଫ କରିଛି ପୁଲିସ । ଗିରଫ ଅଭିଯୁକ୍ତ ନାଁରେ ପୂର୍ବରୁ ଅନେକ ମାମଲା ଥିବା ତଦନ୍ତ ରୁ ଜାଣିବାକୁ ପାଇଛି ପୁଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+