ସାବଧାନ ମାତିଛନ୍ତି ଠକ ଡାକ୍ତର, ଲୁଟି ନେଉଛନ୍ତି ଟଙ୍କା

ସାବଧାନ ମାତିଛନ୍ତି ଠକ ଡାକ୍ତର, ଲୁଟି ନେଉଛନ୍ତି ଟଙ୍କା

ବ୍ରହ୍ମପୁର: ନିଜକୁ ଡାକ୍ତର କହି ଠକି ନେଉଥିଲେ ହଜାର ହଜାର ଟଙ୍କା । ସାହାଯ୍ୟ ନା'ରେ ଲୋକଙ୍କୁ ଦେଉଥିଲେ ମିଥ୍ୟା ପ୍ରତିଶୃତି । ତେବେ ଲୋକଙ୍କୁ ଚକମା ଦେଉଥିବା ନକଲି ଡାକ୍ତର ଜଣକ ନାବାଳକ ବୋଲି ସେନ୍ଦେହ କରୁଛି ପୋଲିସ । ବ୍ରହ୍ମପୁର MKCG ମେଡିକାଲରୁ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରିଛି ପୋଲିସ । ଆଜି ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି ।

MKCG Hospital

ଯୁବକ ଜଣକ ନିଜକୁ ଡାକ୍ତର କହିବା ସହ ବେକରେ ଜାଲ୍‌ ଆଇଡି କାର୍ଡ ପକାଇ ମେଡିକାଲକୁ ଆସୁଥିଲେ । ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସାହାଯ୍ୟ କରିବା ଆଳରେ ଲୁଟି ନେଉଥିଲେ ହଜାର ହଜାର ଟଙ୍କା । ହେଲେ ଗତକାଲି ମେଡିକାଲକୁ ଚିକିତ୍ସା ପାଇଁ ଆସିଥିବା କିଛି ରୋଗୀଙ୍କର ତାଙ୍କ ଉପରେ ସନ୍ଦେହ ହୋଇଥିଲା ବିଳମ୍ବ ନ କରି ସେ ତୁରନ୍ତ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ମେଡିକାଲରେ ପହଞ୍ଚି ସଂପୃକ୍ତ ଯୁବକଙ୍କୁ ପଚରାଉଚରା କରିଥିଲା । ଜାଲ୍‌ ଆଇଡି କାର୍ଡ ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା ।ଏହାସହ ଯୁବକ ଜଣଙ୍କ ଯେଉଁ ସ୍ଥାନରୁ ପରିଚୟପତ୍ର ତିଆରି କରିଥିଲେ, ସେହି ସଂସ୍ଥାର ମାଲିକଙ୍କୁ ମଧ୍ୟ ପୋଲିସ ଜେରା କରିଛି । ତେବେ ବ୍ୟକ୍ତି ଜଣକ କେବେଠୁ ଏପରି କାମ କରୁଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+