Get Updates
Get notified of breaking news, exclusive insights, and must-see stories!

SCB ଆଇସିୟୁରେ ଯୁବତୀଙ୍କୁ ଅସଦାଚରଣ, ନକଲି ଡାକ୍ତର ଗିରଫ

କଟକ ବଡ଼ଡାକ୍ତରଖାନା ଆଇସିୟୁରେ ଚିକିତ୍ସିତ ହେଉଥିବା ଜଣେ ଯୁବତୀଙ୍କୁ ବିଳମ୍ବିତ ରାତିରେ ଅସଦାଚରଣ ନେଇ ଅଭିଯୋଗ ହୋଇଛି। ଆଉଟସୋର୍ସିଂ ଘରୋଇ ସଂସ୍ଥା ପକ୍ଷରୁ ନିୟୋଜିତ ଵାର୍ଡ ଆଟେଣ୍ଡାଣ୍ଟ ନିଜକୁ ଡାକ୍ତର ପରିଚୟ ଦେଇ ଯୁବତୀଙ୍କୁ ରାତିରେ ଅସଦାଚରଣ କରିଛି। ମଙ୍ଗଳାବାଗ ଥାନାରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି।

ଗିରଫ ଅଭିଯୁକ୍ତ ହେଉଛି ମାଛୁଆ ବଜାରରେ ଭଡ଼ା ଘରନେଇ ରହୁଥିବା ଯାଜପୁରଜିଲ୍ଲା କୋରେଇର ମାନସ ରଞ୍ଜନ ପତି(୨୫)। ସୂଚନା ଅନୁଯାୟୀ, କଟକ ବଡ଼ଡାକ୍ତରଖାନାର ୭ ନମ୍ବର ୟୁନିଟ୍‌ରେ ଚିକିତ୍ସିତ ହେଉଥିବା ଜଣେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଗଲା ୧୫ ତାରିଖ ରାତିରେ ଵାର୍ଡ ଆଟେଣ୍ଡାଣ୍ଟ ମାନସ ରଞ୍ଜନ ପତି ମେଡିସିନ୍ ଆଇସିୟୁକୁ ସ୍ଥାନାନ୍ତର କରିଥିଲା।

SCB

ସେଠାରେ ଏହି ମହିଳାଙ୍କୁ ଭର୍ତ୍ତି କରିବା ପରେ ବେଡ୍ ନଂ ୪୦ରେ ଢେଙ୍କାନାଳର ଜଣେ ୨୩ ବର୍ଷୀୟା ଯୁବତୀ ଗୁରୁତର ଅବସ୍ଥାରେ ପୂର୍ବରୁ ଚିକିତ୍ସିତ ହେଉଥିଲେ। ଏହି ଯୁବତୀ ଜଣକ ବିଷ ଖାଇଦେଇଥିବାରୁ ସେଦିନ ରାତି ପ୍ରାୟ ୩ଟା ବେଳେ ତାଙ୍କ ଗଳାରେ ଯନ୍ତ୍ରଣା ହୋଇଥିଲା। ଯନ୍ତ୍ରଣାରେ ଚିତ୍କାର କରିବାରୁ ସେଠାରେ ଥିବା ମାନସ ନିଜକୁ ଡାକ୍ତର ପରିଚୟ ଦେଇ ଯୁବତୀଙ୍କ ନିକଟକୁ ଯାଇ ସମ୍ବେଦନଶୀଳ ଅଙ୍ଗଗୁଡ଼ିକ ଛୁଇଁଥିଲା। ପୀଡ଼ିତା ଏ ସଂପର୍କରେ ପରିବାର ଲୋକଙ୍କୁ ଜଣାଇବା ପରେ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଥିଲା। ସିସିକ୍ୟାମେରା ଫୁଟେଜ୍‌ ଆଧାରରେ ମାନସକୁ ଗିରଫ କରାଯାଇଥିବା ଆଇଆଇସି ଉମାକାନ୍ତ ସାହୁ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+