୨୨ ଲକ୍ଷ ଠକେଇ କରି ବନ୍ଧା ହେଲେ ନକଲି ଡାକ୍ତର
ମାଟ୍ରିମୋନିରେ ଫେକ୍ ଡାକ୍ତର ପ୍ରୋଫାଇଲ କରି ଯୁବତୀଙ୍କୁ ଠକି ଜଣେ ନକଲି ଡାକ୍ତର ଗିରଫ ହୋଇଛନ୍ତି। ସାନ ଭାଇ ସହ ବିବାହର ପ୍ରଲୋଭନ ଦେଖାଇ ମିଥ୍ୟା ପ୍ରତିଶ୍ରୁତି ଦେଇ ୨୨ ଲକ୍ଷ ଟଙ୍କା ଠକି ନେଇଥିବା ତାଙ୍କ ନାଁରେ ଅଭିଯୋଗ ହୋଇଛି। ଏପରିକି ବିଭିନ୍ନ ବ୍ୟାଙ୍କରେ ବିଭିନ୍ନ ପଲିସି କରିବା ନାଁରେ ବି ଉକ୍ତ ବ୍ୟକ୍ତି ଜଣକ ଠକେଇ କରିଛନ୍ତି। ଶେଷରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାହାଳ ଥାନା ପୋଲିସ। ଏନେଇ ଅଧିକ ତଦନ୍ତ ଜାରି ରହିଛି।

ସୂଚନାଯୋଗ୍ୟ ଯେ, ୨୦୨୧ ମସିହାରେ ମାଟ୍ରିମୋନି ସାଇଟ୍ରେ ଅଭିଯୁକ୍ତ ଜଣଙ୍କ ନିଜକୁ ଡାକ୍ତର ପ୍ରକାଶ ପ୍ରଧାନ ବୋଲି ପରିଚୟ ଦେଇ ଅଭିଯୋଗକାରିଣୀ ଯୁବତୀଙ୍କ ସହ ଯୋଗାଯୋଗରେ ଆସିଥିଲେ । ଅଭିଯୁକ୍ତ ଜଣଙ୍କ ନିଜ ସାନ ଭାଇ ତୁଷାର ପ୍ରଧାନଙ୍କ ସହ ବାହାଘର ପାଇଁ ଯୁବତୀଙ୍କୁ ପ୍ରସ୍ତାବ ଦେଇଥିଲେ । ଏମିତି କି ଯୁବତୀଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଥିଲେ ।
ଏହାସହ ତାଙ୍କ ସାନ ଭାଇ ତୁଷାର ରାୟଗଡ଼ା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଡେପୁଟି ମ୍ୟାନେଜର ଥିବା ଅଭିଯୋଗକାରିଣୀଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ବ୍ୟାଙ୍କରେ ବିଭିନ୍ନ ପଲିସି କରିବା ନାଁରେ ଅଭିଯୁକ୍ତ ନକଲି ଡାକ୍ତର ଯୁବତୀଙ୍କ ବାପାଙ୍କ ଠାରୁ ୨୨ ଲକ୍ଷ ଟଙ୍କା ନେଇଯାଇଥିଲେ । ଟଙ୍କା ନେବାପରେ ଅଭିଯୁକ୍ତ ଜଣଙ୍କ ଆଉ ଧରାଛୁଆଁ ଦେଉନଥିଲେ । ପରେ ଏନେଇ ପାହାଳ ଥାନାରେ ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଜଣାପଡିଥିଲା ଯେ ଅଭିଯୁକ୍ତ ରଞ୍ଜୀବ ଜଣେ ଡାକ୍ତର ନୁହଁନ୍ତି । କି ତାଙ୍କର କେହି ଭାଇ ମଧ୍ୟ ନଥିବା ପୋଲିସ ଜାଣିବାକୁ ପାଇଥିଲା ।












Click it and Unblock the Notifications