ଅସଲି ପୋଲିସ ପତ୍ନୀଙ୍କ ନକଲି କାରନାମା, ପୋଲିସ ପୋଷାକ ପିନ୍ଧି ସୋସିଆଲ ମିଡିଆରେ କରୁଥିଲେ ଲୁଟ

ସ୍ୱାମୀ ପୋଷାକରେ ସ୍ତ୍ରୀ ପୁଲିସ । ଲୁଟିନେଲେ ୮ ଲକ୍ଷ, କମିସନରଙ୍କୁ ଭେଟିଲା ପରେ ମିଳିଲା ନ୍ୟାୟ । ବନ୍ଧା ହେଲେ ଚାଲବାଜ ମହିଳା । ଫେସବୁକରେ ବନ୍ଧୁତା କରୁଥିଲେ ସାବଧାନ । ବନ୍ଧୁତା ଆଳରେ ଠକେଇ କରୁଥିବା ଠକଙ୍କ ଠାରୁ ଦୂରେଇ ରୁହନ୍ତୁ। ପ୍ରଥମେ ନିଜର ଦାରିଦ୍ର୍ୟ ଓ ସ୍ୱାସ୍ଥ୍ୟଗତ ଅସୁବିଧା ଜଣାଇ ଟଙ୍କା ନେଉଛନ୍ତି ଓ ପରେ ଟଙ୍କା ମାଗିଲେ ଧମକ ଦେଉଛନ୍ତି ।

police

ଏଭଳି ଏକ ଘଟଣାରେ ସାଇବର ଥାନା ପୋଲିସ ସଂଯୁକ୍ତା ଭୂୟାଁକୁ ଗିରଫ କରିଛି । ଫେସବୁକରେ ବନ୍ଧୁତା ଯୋଗୁଁ ଚନ୍ଦକା ଥାନା ଅନ୍ଧାରୁଆ ଦାସପୁରର ବିଷ୍ଣୁ ପ୍ରସାଦ ମୁଦୁଲି ୮ ଲକ୍ଷ ୭୫ ହଜାର ଟଙ୍କା ଠକେଇର ଶିକାର ହୋଇଥିଲେ । ଯାହାକୁ ନେଇ ସାଇବର ଥାନାରେ ଅଭିଯୋଗ ପରେ ମଧ୍ୟ ପୋଲିସ ନଶୁଣିବାରୁ ଗତ ଶୁକ୍ରବାର ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ ଠକେଇରେ ଶିକାର ପରିବାର । ଠକ ମହିଳା ଜଣଙ୍କ ପ୍ରୋଫାଇଲରେ ପୋଲିସ ଆଇଆଇସିଙ୍କ ଫଟୋ ରଖି ଠକେଇ କରୁଥିବା ଜାଣିବାକୁ ପାଇଛି ପୋଲିସ । ସେ ଜଣେ କନେଷ୍ଟବଳଙ୍କ ସ୍ତ୍ରୀ ବୋଲି ଜଣାପଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+