ମାଡ଼ି ଆସୁଛି ଆଖିଧରା ରୋଗ: ଜୁଲାଇ ମାସରେ ରୁହନ୍ତୁ ସାବଧାନ
ଭୁବନେଶ୍ବର: ରାଜ୍ୟରେ ଏବେ ଆଖି ଧାରା ରୋଗ ବଢ଼ିବାରେ ଲାଗିଛି । ଅଧିକାଂଶ ଜିଲ୍ଲାରେ ଏହି ରୋଗର ରୋଗୀ ସଂଖ୍ୟା ଅଧିକରୁ ଅଧିକ ନଜର ଆସୁଛନ୍ତି । ବିଶେଷ କରି ରାଜଧାନୀ ଭୁବନେଶ୍ବର, କଟକ ସମେତ ଯାଜପୁର, ବାଲେଶ୍ବର ସମେତ ଅନେକ ଜିଲ୍ଲାରେ ଏହି ସଂକ୍ରମଣ ବଢିବାରେ ଲାଗିଛି ।
ବିଶେଷକରି ବହୁସଂଖ୍ୟାରେ ଶିଶୁ ସଂକ୍ରମିତ ହେଉଛନ୍ତି । କ୍ୟାପିଟାଲ୍ ହସ୍ପିଟାଲରେ ସପ୍ତାହ ପୂର୍ବେ ଦୈନିକ ୧୦ରୁ ୧୫ ରୋଗୀ ଆସୁଥିଲେ । ହେଲେ ଆଜି ୪୦ରୁ ୫୦ ପାଖାପାଖି ସଂକ୍ରମିତ ଚିକିତ୍ସା ପାଇଁ ଆସିଛନ୍ତି । ଆଗକୁ ସଂକ୍ରମଣ ଅଧିକ ବଢ଼ିପାରେ ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି । ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

ବିଶେଷଜ୍ଞଙ୍କର କହିବା କଥା ହେଉଛି, ଋତୁ ପରିବର୍ତ୍ତନ ହେଲେ ଆଖି ଧରା ରୋଗ ଦେଖିବାକୁ ମିଳିଥାଏ । ଏଡିନୋ ଭୂତାଣୁ ଏହି ରୋଗର କାରଣ । ଏହି ଭୂତାଣୁ କେବଳ ଆଖି ଧରା ନୁହେଁ, ଅନ୍ୟ ରୋଗ ଯଥା ନିଶ୍ବାସ ପ୍ରଶ୍ବାସ ଜନିତ ସମସ୍ୟା ଓ ନିମୋନିଆ ଆଦି ରୋଗ ସୃଷ୍ଟି କରିଥାଏ । ଏବେ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି । ପ୍ରତିବର୍ଷ ଋତୁ ପରିବର୍ତ୍ତନ ହେବା ପରେ ଆଖି ଧରା ରୋଗ ହୋଇଥାଏ । ଚଳିତବର୍ଷ ଏହାର ମାତ୍ରା ଅଧିକ ରହିଛି । ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ ଖୁବଶୀଘ୍ର ଏକାଧିକ ଲୋକଙ୍କୁ ସଂକ୍ରମିତ କରିପାରୁଛି । ଭୁବନେଶ୍ବରର ସାଲିଆସାହି ଅଞ୍ଚଳରେ ୩୦-୪୦ % ଲୋକ ଏହାର ଶିକାର ଥିବା ଜଣାପଡ଼ିଛି ।
କ୍ୟାପିଟଲ ଚକ୍ଷୁ ବିଭାଗ ଡାକ୍ତର ବିଭୂତି ଭୂଷଣ ପାଢ଼ୀ କହିଛନ୍ତି, ସାଧାରତଣଃ ବର୍ଷା ଦିନେ ଆଖିଧରା ରୋଗ ଆସିଥାଏ । ଏହା ଏକ ସଂକ୍ରମଣଜନିତ ରୋଗ । ଅର୍ଥାତ୍ ଜଣଙ୍କ ପାଖରୁ ଆଉ ଜଣକୁ ଅତି ସହଜରେ ଡେଇଥାଏ । ଏହା ଉଭୟ ବାୟୁ ଓ ସଂସ୍ପର୍ଶରେ ଅନ୍ୟ ଜଣକୁ ସଂକ୍ରମିତ କରିଥାଏ। ପାଣି ଦ୍ଵାରା ମଧ୍ଯ ସଂକ୍ରମିତ କରିଥାଏ । ଏହା ଏକ ବ୍ୟାକ୍ତଟେରିଆ ଜନିତ ରୋଗ । ଆଖି ଫୁଲିବା ସହିତ ଲାଲ ପଡ଼ି । ଲେଞ୍ଚରା ବାହାରିବ । ଆଖିରୁ ବାହାରୁ ଥୁବା ଲେଞ୍ଚରା ଓ ବ୍ୟବହାର କରିଥବା କପଡ଼ା । ଆଦିରୁ ସଂକ୍ରମଣ କରିଥାଏ । ଏହା ଏକ ସାଂଘାତିକ ଡିଆଁରୋଗ । କିନ୍ତୁ ଡରିବାର କିଛି ନାହଁ । ଏହା ଖୁବଶୀଘ୍ର ଭଲ ମଧ୍ଯ ହୋଇଥାଏ । କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଔଷଧ ମହଜୁଦ ରହିଛି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications