Get Updates
Get notified of breaking news, exclusive insights, and must-see stories!

ରଜରେ ବି ଜଳିବ ! ଆଗାମୀ ୪ ଦିନ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ଘଣ୍ଟି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଅସମ୍ଭାଳ ତାତି । ଲଗାତର ଗତ ୫ ଦିନ ହେବ ତାତି ଓ ଗୁଳୁଗୁଳିରେ ରାଜ୍ୟବାସୀ କଲବଲ ହେଉଛନ୍ତି । ତେବେ ଆଗାମୀ ୪ ଦିନ ରାଜ୍ୟରେ ଏହି ପରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ସ୍ବାଭାବିକଠାରୁ ଢେର ଅଧିକ ରହିବ ତାପମାତ୍ର । ଅଧିକାଂଶ ସ୍ଥାନରେ ସ୍ବାଭାବିକ ଠାରୁ ୫ରୁ ୮ ଡିଗ୍ରୀ ତାପମାତ୍ରା ଅଧିକ ରହିବ । ଫୁଲବାଣୀରେ ୮.୮, ହୀରାକୁଦରେ ୭.୨, କେନ୍ଦୁଝରରେ ୭.୧ ଡିଗ୍ରୀ ଅଧିକ । ସେହିପରି ବଲାଙ୍ଗିରରେ ୬.୯, ଝାରସୁଗୁଡ଼ାରେ ୬.୬, ସମ୍ବଲପୁରରେ ୬.୫ ଡିଗ୍ରୀ , କୋରାପୁଟରେ ୬, ସୁନ୍ଦରଗଡ଼ରେ ୫.୯ ଡିଗ୍ରୀ, ଟିଟିଲାଗଡ଼ ଓ ଭବାନୀପାଟଣାରେ ସ୍ବାଭାବିକଠୁ ୫.୫ ଡିଗ୍ରୀ ଅଧିକ ତାପମାତ୍ର ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

Heat Wave in Odisha

ତେଣୁ ପ୍ରବଳ ଖରାକୁ ନଜରରେ ରଖି ଆଜି ଓ ଆସନ୍ତାକାଲି ପାଇଁ ୮ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସୋନପୁର, ବଲାଙ୍ଗୀର, ବୌଦ୍ଧ ଓ କେନ୍ଦୁଝର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଦିନ ସାଢେ ୧୧ଟା ତାତି

ସେପଟେ ଆଜି ଦିନ ସାଢେ ୧୧ଟା ସୁଦ୍ଧା ଝାରୁସୁଗୁଡା ତାପମାତ୍ରା ୪୧.୮ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି କେନ୍ଦୁଝର ୩୯.୨ ଡ଼ିଗ୍ରୀ, ଭୁବନେଶ୍ୱରରେ ୩୮.୨ ଡ଼ିଗ୍ରୀ, ସମ୍ବଲପୁରରେ ୩୭.୬ ଡ଼ିଗ୍ରୀ, ବାଲେଶ୍ୱରରେ ୩୭.୨ ଡ଼ିଗ୍ରୀ, ଚାନ୍ଦବାଲିରେ ୩୭ ଡ଼ିଗ୍ରୀ, ହୀରାକୁଦରେ ୩୬.୪ ଡ଼ିଗ୍ରୀ, ପୁରୀରେ ୩୬ ଡ଼ିଗ୍ରୀ, ଗୋପାଳପୁରରେ ୩୫.୪ ଡ଼ିଗ୍ରୀ, ପାରାଦୀପରେ ୩୪ ଡ଼ିଗ୍ରୀ ରେକର୍ଡ କରାଯାଇଛି ।

ସେହିପରି ଗତକାଲି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ପଶ୍ଚିମ ଓଡ଼ିଶାର ୮ ସହରର ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିଥିଲା । ରାଜ୍ୟର ୬ଟି ସହରରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିଲା ବେଳେ ୪ଟି ସହରରେ ଗ୍ରୀଷ୍ମ ପ୍ରବାହ କଲବଲ କରିଥିଲା ।

ଗତକାଲି ଫୁଲବାଣୀ ସହରରେ ସ୍ୱାଭାବିକ ତାପମାତ୍ରାଠୁ ପାରଦ ୮.୮ ଡିଗ୍ରୀ ଚଢିଯାଇଥିଲା । ସେହିପରି ହୀରାକୁଦରେ ସ୍ୱାଭାବିକ ତାପମାତ୍ରାଠୁ ୭ ଦଶମିକ ୨ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି । କେନ୍ଦୁଝରରେ ୭ ଦଶମିକ ୧ ଡିଗ୍ରୀ, ବଲାଙ୍ଗୀରରେ ୬ ଦଶମିକ ୯ ଡିଗ୍ରୀ, ଝାରସୁଗୁଡାରେ ୬.୬ ଡିଗ୍ରୀ ଓ ସମ୍ବଲପୁରରେ ୬ ଦଶମିକ ୫ ଡିଗ୍ରୀ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ଅନୁଭୁତ ହୋଇଛି ।

ରଜରେ ଆସିବନି ମୌସୁମୀ

ଚଳିତ ବର୍ଷ ରଜ ପୂର୍ବରୁ ଓଡ଼ିଶାରେ ପହଞ୍ଚିବନି ମୌସୁମୀ ବାୟୁ । ଏଥିପାଇଁ ରଜ ସମୟରେ ପ୍ରବଳ ଖରା ଓ ଗୁଳୁଗୁଳିର ଆଶଙ୍କା ରହିଛି । ସାଧାରଣତଃ ଓଡ଼ିଶାରେ ରଜ ସମୟରେ ପାଗ ମେଘାଚ୍ଛନ ସହ କିଛି କିଛି ସ୍ଥାନରେ ବର୍ଷା ଅନୁଭୂତ ହୋଇଥାଏ । ହେଲେ ଚଳିତବର୍ଷ ବର୍ଷା ବଦଳରେ ଖରା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ୧୫ ତାରିଖ କିମ୍ୱା ତା'ପରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁପାରେ । ତେବେ ନିର୍ଦ୍ଦିଷ୍ଟ ଭାବେ କେବେ ମୌସୁମୀୀ ଓଡ଼ିଶା ଛୁଇଁବ ଏଯାଏ ତହା ସ୍ପଷ୍ଟ ଜଣାପଡ଼ି ନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+