ରାଜ୍ୟରେ ଅସହ୍ୟ ଗୁଳୁଗୁଳି:ଆଉ ୨ ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ
ଭୁବନେଶ୍ୱର: ତାତିରୁ ନାହିଁ ଆଶ୍ୱସ୍ତି । ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ଆଉ ୨ ଦିନ ପ୍ରବଳ ଗରମ ଲାଗି ରହିବ । ଉପକୂଳରେ ତାତି ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ଅସହ୍ୟ ଗୁଳୁଗୁଳି । ରାଜ୍ୟର କିଛି କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱଭାବିକଠୁ ୪ ରୁ ୬ ଡିଗ୍ରୀ ଅଧିକ ରହିଥିବା ନେଇ ସୂଚନା ରହିଛି ।
ଆଜି ସକାଳ ୫ ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୩୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ୮୮ ପ୍ରତିଶତ ଆର୍ଦ୍ରତା ସହ ପ୍ରବଳ ଗରମରେ ସିଝୁଛି ଭୁବନେଶ୍ୱର । ଆବଶ୍ୟକ ନଥିଲେ ଦିନ ୧୧ଟାରୁ ୩ ଟା ଯାଏଁ ବାହରକୁ ନ ଯିବା ପାଇଁ ବାରଣ କରାଯାଇଛି ।

ତେବେ ସିଧାସଳଖ ଖରାରୁ ଦୂରେଇ ରହିବା ସହ ଯଥେଷ୍ଟ ମାତ୍ରାରେ ପାଣି ପିଇବା ପାଇଁ ଏବଂ ଛୋଟ ପିଲା, ବୟସ୍କ, ରୋଗୀଙ୍କ ପାଇଁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ । ସେହିପରି ଖରାଟିଆ ଚାଷ କରିଥିବା ଚାଷୀ ମାନେ ନିଜ ଜମିରେ ଜଳସେଚନ ଜାରିରଖିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।












Click it and Unblock the Notifications