ଜଳୁଛି ଓଡ଼ିଶା: ୪୦ ଡିଗ୍ରି ଉପରେ ୩ ସହର
ରାଜ୍ୟରେ ଆଜି ତାପମାତ୍ରା ୪୦ ଡିଗ୍ରି ଟପିଛି। ଆଜି ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୪ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସମ୍ବଲପୁରରେ ୪୦, ହୀରାକୁଦରେ ୪୦.୧, ରାଉରକେଲାରେ ୩୯.୪, ଚାନ୍ଦବାଲିରେ ୩୮.୮, ଭୁବନେଶ୍ବରରେ ୩୮.୫, କେନ୍ଦୁଝରରେ ୩୭ ଡିଗ୍ରି ତାପାମାତ୍ରା ରେକର୍ଡ ହୋଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ମାର୍ଚ୍ଚ ୨୮ ତାରିଖ ପାଇଁ ସମ୍ବଲପୁର ଏବଂ ବୌଦ୍ଧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ରହିଛି, ଯାହା ଫଳରେ ତାପମାତ୍ରା ୪୦ ଡିଗ୍ରି କିମ୍ବା ତା ଉପରେ ରହିବ।












Click it and Unblock the Notifications