ମାଲକାନଗିରି ମୋଟୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସଙ୍ଗୀନ

ମାଲକାନଗିରି ଜିଲ୍ଲାର ମୋଟୁରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇଛି । ମୋଟୁ ବନ୍ୟା ଯୋଗୁଁ ଏବେ ବି ଅନେକ ଗାଁ ଜଳ ମଗ୍ନ ହୋଇ ରହିଛି । ଅଲମା, ପେଟା, ବିନାୟକପୁର, ମିରଲିଗୁଡ଼ା ଗାଁ ଜଳମଗ୍ନ ହୋଇ ପଡ଼ିଥିବାରୁ ସେଠାରେ ଡଙ୍ଗା ଯୋଗେ ରିଲିଫ ପ୍ରଦାନ କରାଯାଉଛି ।

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମୋଟୁରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇଛି । ମୋଟୁ ବନ୍ୟା ଯୋଗୁଁ ଏବେ ବି ଅନେକ ଗାଁ ଜଳ ମଗ୍ନ ହୋଇ ରହିଛି । ଅଲମା, ପେଟା, ବିନାୟକପୁର, ମିରଲିଗୁଡ଼ା ଗାଁ ଜଳମଗ୍ନ ହୋଇ ପଡ଼ିଥିବାରୁ ସେଠାରେ ଡଙ୍ଗା ଯୋଗେ ରିଲିଫ ପ୍ରଦାନ କରାଯାଉଛି । ଆନ୍ଧ୍ର କାଲେରୁ ଅଞ୍ଚଳରେ ମଧ୍ୟ ଅଗ୍ନିଶମ କର୍ମଚାରୀ ଓ ତହସିଲ କର୍ମଚାରୀ ମାନେ ରିଲିଫ ପ୍ରଦାନ କରିଛନ୍ତି ।

Odisha Flood

ଗତ ଦୁଇ ଦିନ ଧରି ମୋଟୁ ଅଞ୍ଚଳରେ ବନ୍ୟା ଜଳ ପ୍ରବାହିତ ହେବାରୁ ପ୍ରାୟ ୮୦ଟି ଘର ଭିତରେ ପାଣି ପ୍ରବେଶ କରିଥିଲା । ୪୦୦ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ଏହାସହ ୩୨୮ ଜଣ ହଷ୍ଟେଲ ଛାତ୍ର ଛାତ୍ରୀଙ୍କୁ MV-88 ବିଦ୍ୟାଳୟକୁ ନିଆଯାଇଛି । ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ରନ୍ଧାଖାଦ୍ୟ ସହ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି । ବନ୍ୟା ଯୋଗୁଁ ଓଡ଼ିଶା ଓ ଆନ୍ଧ୍ରକୁ ଯୋଗାଯୋଗ ମଧ୍ୟ ପ୍ରଭାବିତ ହୋଇଛି ।

ସେପଟେ ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ଗୁମା ବ୍ଳକରେ ଥିବା ଜାଙ୍ଗିଟିଟୁଲା ଗାଁରେ ପାଣି ପଶିବା ସହ ମାଟି ଅତଡା ଖସିଥିବା ଜଣାପଡିଛି । ଏହି ଅଞ୍ଚଳରେ ଗତକାଲିଠାରୁ ଲାଗି ରହିଥିଲା ବର୍ଷା । ଆଜି ସକାଳେ ମଧ୍ୟ ବର୍ଷାର ପରିମାଣ କମିନଥିଲା । ଫଳରେ ଗାଁ ପାଖରେ ଥିବା ପାହାଡ ଧସିବାରୁ ମାଟି ଅତଡା ଖସି ଯାତୟାତ ବାଧାପ୍ରାପ୍ତ ହୋଇଛି ।

ସେହିପରି ଲଗାଣ ବର୍ଷା ଯୋଗୁ ବାଲେଶ୍ବର ଦେଇ ପ୍ରବାହିତ ୩ ନଦୀ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀର ଜଳସ୍ତର ସାମାନ୍ୟ ବଢ଼ିଥିବା ଦେଖାଯାଇଛି। ଶନିବାର ସକା‌ଳ ୬ଟାରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ୩.୯୨ ମିଟର ଉପରେ ପ୍ରବାହିତ ହେଉଥିବା ବେଳେ ୩ ଘଣ୍ଟା ପରେ ଅର୍ଥାତ୍‌ ସକାଳ ୯ଟା ବେଳେ ୪.୯ ମିଟର ଉପରେ ଜଳସ୍ତର ରହିଥିଲା। ସେହିପରି ବୁଢ଼ାବଳଙ୍ଗରେ ସକାଳ ୬ଟାରେ ୪.୧୨ ମିଟର ଉପରେ ଜଳସ୍ତର ପ୍ରବାହିତ ହେଉଥିବା ବେଳେ ସକାଳ ୯ଟା ବେଳେ ୫.୨୨ ମିଟର ଓ ଜଳକା ନଦୀରେ ସକାଳ ୬ଟାରେ ୩.୯୯ ମିଟରରେ ଜଳସ୍ତର ପ୍ରବାହିତ ହେଉଥିବା ବେଳେ ସକାଳ ୯ଟା ବେଳେ ୪.୧୭ ମିଟରରେ ପ୍ରବାହିତ ହେଉଥିଲା। ତେବେ ବନ୍ୟା ଆଶଙ୍କା ନଥିବା ଜିଲ୍ଲା ଜରୁରିକାଳୀନ ବିଭାଗ ପକ୍ଷରୁ କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+